Breaking News

ଘର ଭଙ୍ଗା ନ ମିଳିବାରୁ ବିଧବା ମହିଳାଙ୍କର ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମର ଜଣେ ବିଧବା ମହିଳା ଫନି ବାତ୍ୟାର ଘର ଭଙ୍ଗା ସାହାର୍ଯ୍ୟ ପାଇବା ପାଇଁ ଡେଲାଙ୍ଗ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମର ସ୍ୱର୍ଗତ ପ୍ରହଲ୍ଲାଦ ନାୟକଙ୍କ ଝିଅ ବିଜୟ ଲକ୍ଷ୍ମୀ ପ୍ରଧାନ ଅଭିଯୋଗ ଆଣିଛନ୍ତି ଯେ ପଞ୍ଚାୟତ ଚିଠାରେ ସିଭିୟର ତାଲିକାନଂ ୧୮୩ରେ ବିଜୟଲକ୍ଷ୍ମୀଙ୍କ ନାମ ରହିଥିଲା । ଫନି ବାତ୍ୟାରେ ତାଙ୍କର ଘର ସମ୍ପୁର୍ଣ୍ଣ ମାଟି ଚାଳ ଘର ଭାଙ୍ଗି ମାଟିରେ ମିଶିଯାଇଥିଲା । ମାତ୍ର ଡେଲାଙ୍ଗ ତହସିଲଦାର ସଠିକ ତଦନ୍ତ ନ କରି ଜଣେ ବିଧବା ମହିଳାଙ୍କୁ ସରକାରୀ ଘରଭଙ୍ଗା ସହାୟତା ଯୋଗାଇବାରେ ବଞ୍ଚିତ କରାଯାଇଛି । ଏହାକୁ ନେଇ ପୁରୀ ଜିଲ୍ଲାପାଳଙ୍କକୁ ଅଭିଯୋଗ କରିବା ସହ ସାତଦିନ ମଧ୍ୟରେ ସଠିକ ତଦନ୍ତ ନ କରାଯାଇ  ନ୍ୟାୟ ତଥା ଘରଭଙ୍ଗା ଅର୍ଥ ନ ମିଳେ ତା ହେଲେ ଆମରଣ ଅନଶନ କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ କହନ୍ତି ଏ ସମ୍ପର୍କରେ କୌଣସି ଅଭିଯୋଗ ମୁଁ ପାଇ ନାହିଁ ମାତ୍ର ଅଭିଯୋଗ ପାଇଲେ  ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୧୯/୧/୨୦୨୧---୬,୧୫

Blog Archive

Popular Posts