ସତ୍ୟବାଦୀରେ ପ୍ରଥମ କରି ମଡେଲିଂ ମାନଙ୍କୁ ସମ୍ମାନୀତ ଉତ୍ସବ
ସାକ୍ଷୀଗୋପାଳ ------- ଗ୍ଳୋବାଲ ବ୍ୟୁୟଟି ଅନ୍ତର୍ଜାତୀୟ ଅନୁଷ୍ଠାନ ପକ୍ଷରୁ ସାସ୍ ଅୱାର୍ଡ ସେରିମନି ଓ ମିଡିଆ ପ୍ରେଜେଣ୍ଟେସନ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀଗୋପାଳ ମେଡିକାଲ କ୍ୱାଟର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ଅମର ସାମୁ ସ୍ୱେର୍ଣ୍ଣୱାଣି ରହିଥିବା ବେଳେ ଅନୁଷ୍ଠାନର ଜାତୀୟ ନିର୍ଦ୍ଦେଶକ ଡ. ପିତମ ବାଗ ଏହି କାର୍ଯ୍ୟକ୍ରମର ଆୟୋଜକ ରହିଥିଲେ । ଏହି ପ୍ରତିଯୋଗିତା ଅନଲାଇନ ମାଧ୍ୟମରେ କରାଯାଇଥିଲା । ଅନଲାଇନରେ ମଡେିଲିଂ ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ଲିଟିଲି କ୍ୟାଡରର ଓ ଜୁନିୟର ପିଲାମାନଙ୍କୁ ଏଠାରେ ସମ୍ମାନୀତ କରାଯାଇଥିଲା । ଅତିଥି ଭାବେ ମଡେଲ ତଥା ଆକ୍ଟର ପାୟଲ ଭୋଇ, ରିସବ ବର୍ମା, ସୁରଜ ମହାପାତ୍ର ଯୋଗ ଦେଇ ସଫଳତା ଲାଭ କରିଥିବା ମଡେଲ ମାନଙ୍କୁ ସମ୍ମାନୀତ କରିଥିଲେ । ଅନମୋଲ ସାମଲ, ପଲକ ମହାପାତ୍ର, ବିଶ୍ୱ ଜିତୟନୀ ମିଶ୍ର, ସାଇ ଶେୟାସୁଂ ପଣ୍ଡା, ଅ୍ତୀକ୍ଷା ମେହେର ପ୍ରମୁଖ ନେପାଲ ଓ ଥାଇଲାଣ୍ଡ ଗସ୍ତ କରି ଓଡିଶା ପାଇଁ ଗୌରବ ଆଣିବେ ବୋଲି ଡ. ପିତମ ବାଗ ଆଶା ପ୍ରକାଶ କରିଛନ୍ତି । ମଞ୍ଚ ପରିଚାଳନା କରିଥିଲେ ଅର୍ପିତା ଜେନା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧/୨୦୨୧---୭,୧୫