ପିତୃ ଶ୍ରାଦ୍ଧରେ ବୃକ୍ଷଦାନ କଲେ ହୃଷୀକେଶ
ଡେଲାଙ୍ଗ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଲକଣା ଗ୍ରାମର ଆଇନଜୀବୀ ତଥା ପରିବେଶ ବିତ୍ତି ହୃଷିକେଶ ପାଢ଼ୀଙ୍କ ବାପା ସ୍ୱର୍ଗତ ରଘୁନାଥ ପାଢ଼ୀଙ୍କ ଶ୍ରାଦ୍ଧ ଦିବସରେ ବୃକ୍ଷଦାନ କରିଛନ୍ତି । ବୃକ୍ଷ ଦାନ ମହାପୁଣ୍ୟର ନାରାବାଜି ଦେଉଥିବା ଆଇନଜୀବୀ ତଥା ପରିବେଶ ବିତ୍ତି ଶ୍ରୀପାଢ଼ୀ ତାଙ୍କ ଘରୋଇ ପୁରୋହିତ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ବୃକ୍ଷ ଦାନ କରିଛନ୍ତି । ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନଙ୍କୁ ମଧ୍ୟ ବୃକ୍ଷ ଚାରା ପ୍ରଦାନ କରିବା ସହ ବୃକ୍ଷର ଉପକାରିତା ସମ୍ପର୍କରେ ଆଲେଚନା କରାଯାଇଥିଲା । ନିଜ ନିଜ ବାରି ବଗିଚାରେ ବୃକ୍ଷ ରୋପଣ କରି ଡେଲାଙ୍ଗ ଅଞ୍ଚଳକୁ ସବୁଜ ଡେଲାଙ୍ଗ କରିବା ପାଇଁ ଶ୍ରୀ ପାଢ଼ୀ ଆହ୍ୱନ ଦେଇଥିଲେ । ନିମ୍ବ, ଡାଲିମ୍ବପିଜୁଳି, ବାଦାମ ଓ ରାଧାଚୁଡା ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୧/୨୦୨୧----୯,୧୫