ଶୀତ ବସ୍ତ୍ର ବଣ୍ଟନ
ଜଟଣୀ------ଗ୍ରାମ୍ୟ ପ୍ରଗତି କମିଟି ଓ ଧରଣୀଧର ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଜଟଣୀ ବ୍ଲକ ଅନ୍ତର୍ଗତ ପଳାଶପୁର ଗ୍ରାମର ଆଦିବାସୀ ସାହିରେ ଗରିବ ବେ'ସାହାରା ଲୋକମାନଙ୍କୁ ଶୀତ ଵସ୍ତ୍ର ବଣ୍ଟନ କରାଯାଇଛି । ଅଣ ରାଜ ନୈତିକ,ସରକାରୀ ଅନୁଦାନ ବିହୀନ ଏହି ଅନୁଷ୍ଠାନ ଆଜି ତା'ର ଚତୁର୍ଥ ବାର୍ଷିକ ସେବା କାର୍ଯ୍ୟକ୍ରମରେ ପଳାଶପୁର ଗ୍ରାମର ଶତାଧିକ ଅସହାୟ , ବୃଦ୍ଧ, ବୃଦ୍ଧାଙ୍କୁ ଶୀତ ଵସ୍ତ୍ର ବଣ୍ଟନ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ସାରଙ୍ଗ ଧର ସେନାପତି,ଚିତ୍ରସେଣ୍ ସେନାପତି, ନାରାୟଣ ସେନାପତି ଓ ହୃଷୀକେଶ ସେନାପତି ପ୍ରମୁଖ ପରିଚାଳନା କରିଥିଲେ ।
ଜଟଣୀ ରୁ ଇଫତେଖାର ଅଲ୍ଲୀ, ୪/୧/୨୦୨୧---୯,୩୦