ଚାଇଁପୁର ପଞ୍ଚାୟତରେ କରୋନା ପରେ ପ୍ରଥମ କରି ନରେଗା ଯୋଜନାରେ ମେସିନ ବଦଳରେ ଲୋକ କଲେ କାମ
ଡେଲାଙ୍ଗ ------ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଚାଇଁପୁର ଗ୍ରାମ ପଞ୍ଚାୟତ । ଉକ୍ତ ପଞ୍ଚାୟତ ଏବେ ସୋସିଆଲ ମିଡିଆରେ ନିଜର କାର୍ଯ୍ୟକ୍ରମ ସମ୍ପର୍କରେ ସବୁବେଳେ ସୂଚନା ପ୍ରଦାନ କରି ସ୍ୱଚ୍ଛତା ପ୍ରକାଶ କରିଛି । ଉକ୍ତ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଏକ ବୈଠକ କରି ନିସ୍ପତି ନେଇଥିଲେ ଯେ ଚାଇଁପୁର ପଞ୍ଚାୟତରେ ଏଣିକି ଯେଉଁ ଗୋପବନ୍ଧୁ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରାଯିବ ସେ ଗୁଡିକ ମେସିନରେ ଆଉ କରାନଯାଇ ଲୋକଙ୍କ ସହଯୋଗରେ କରାଯିବ । ଏହି ନିସ୍ପତି ଅନୁଯାୟୀ ଶ୍ରୀ ପରିଡା କାମ କରିବା ପାଇଁ ଏକ ଶ୍ରମିକ ମାନଙ୍କର ତାଲିକା ପ୍ରସ୍ତୁତି କରିଥିଲେ । ଏଥିପାଇଁ କିଛି ସ୍ୱେଚ୍ଚାସେବୀ ଯୁବକ ମାନଙ୍କୁ ନେଇ ସ୍ୱତନ୍ତ୍ର ଏକ କମିଟି ଗଠନ କରାଯାଇଛି । ଡିସେମ୍ବର ମାସ ୨୮ ତାରିଖରୁ ପଞ୍ଚାୟତରେ ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ଅ୍ରାରମ୍ଭ କରାଯାଇଛି । ସେ ଗୁଡିକ ହେଲା ଚାଇଁପୁର ଗ୍ରାମର ଶସ୍ମାନ ରୋଡ, ସଡାଙ୍ଗୋଇ ପଶ୍ଚିମବାଡର ଖମାରସାହିରୁ ଗରୁଡମାଳ ଚକରାସ୍ତା ଓ ଅନ୍ୟଟି ହେଲା ରତାପଡା ମନ୍ଦିର ଠାରୁ ବଡ ପୋଖରୀ ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମର ଯବକାର୍ଡ ଧାରୀ ମାନଙ୍କୁ ନେଇ ଏହି କାର୍ଯ୍ୟ ଯୋରସୋର ଚାଲିଛି । ବିଶ୍ୱ ରଞ୍ଜନ ପରିଡା, ରଘୁନାଥ ନାୟକ, ଜିତେନ୍ଦ୍ର ଖଟେଇ, ରଞ୍ଜିତା ପରିଡା, ରାଜେସ ନାୟକ, ଜଗନ୍ନାଥ ପରିଡା, ୱାଡସଭ୍ୟ ଘଡୁ ରାଉତ, ରମେଶ ମାଣ୍ଡିଆ, ରବି ନାୟକ, ସୁନିଲ ପରିଡା, ସରତ ମଲିକଙ୍କ ସହିତ ଗ୍ରାମସାଥୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଚାରିଜଣ ଗ୍ରାମସାଥୀ ବିବାହ ଓ ଅନ୍ୟ କେତେକ କାରଣରୁ ଅନୁପସ୍ଥିତ ରହିବାରୁ ସ୍ଥାନୀୟ ସରପଞ୍ଚ ଶ୍ରୀ ପରିଡା ସ୍ୱେଚ୍ଛାସେବୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଆଗେଇ ନେଇଛନ୍ତି ବୋଲି ଜଣାପଡିଛି । ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକର କନିଷ୍ଠଯନ୍ତ୍ରୀ ମାନସ କୁମାର ମହାନ୍ତି, ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଯଦୁମଣି ଦାସ, ଜି.ଆର, ଏସ ଆରତୀ ବିଶ୍ୱାଳ କାର୍ଯ୍ୟକ୍ରମକୁ ସମ୍ପର୍ଣ୍ଣ ସହଯୋଗ କରିଛନ୍ତି । ନୂଆବର୍ଷରେ ଓଡିଶା ପଲଟ୍ରି ଫାମର୍ସ ଆସୋସିଏସନର ଅଧ୍ୟକ୍ଷ ଅଶୋକ ପ୍ରଧାନ ଓ ଅନୁଷ୍ଠନର ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା କାର୍ଯ୍ୟରତ ଶ୍ରମିକ ମାନଙ୍କୁ ରସଗୋଲା ବଣ୍ଟନ କରି ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଯାହା ଫଳରେକି କିଛି ଯୁବକ ମାନେ କହିଥିଲେ ଆମକୁ ଯଦି ଏହି ପରି ପଞ୍ଚାୟତ ବା ସରକାରଙ୍କ ପକ୍ଷରୁ ଏଠାରେ କାର୍ଯ୍ୟ ମିଳିବ ତା ହେଲେ ଆମେମାନେ ଭିଟାମାଟି ଛାଡି ବାହାର ରାଜ୍ୟରେ ଦାଦନ ଖଟିବାକୁ ଯିବାକୁ ପଡିବ ନାହିଁ ବୋଲି କହିଥିଲେ । ବିଶେଷ କରି କଥା ଦେଇ କଥା ରଖିଥିବାରୁ କାର୍ଯ୍ୟରତ ଶ୍ରମିକ ମାନେ ସ୍ଥାନୀୟ ସରପଞ୍ଚଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୧----୭,୫୫