ମା ବିଞ୍ଜେଶ୍ୱରୀ କ୍ରିକେଟ ଲିଗ ମ୍ୟାଚ ରବିବାର ଅନୁଷ୍ଠିତ ହେବ
ଡେଲାଙ୍ଗ--------ଡେଲାଙ୍ଗ ବ୍ଳକର ଗଉଡକେରା ଗ୍ରାମର ମା ବିଞ୍ଜେଶ୍ୱରୀ ଯୁବକ ସଂଘ ପକ୍ଷରୁ ପ୍ରଥମ ବାର୍ଷିକ ୮ଟି ଦଳକୁ ନେଇ ଏକ ଲିଗ ମ୍ୟାଚ ଶ୍ରୀପୁରୁଷୋତ୍ତମପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ୪ଟି ଦଳ ମଧ୍ୟରେ ଲିଗ ମ୍ୟାଚ ଅନୁଷ୍ଠିତ ହେବ । ଉକ୍ତ ଦଳ ଗୁଡିକ ହେଲା କୁଞ୍ଜର କ୍ରିକେଟ କ୍ଳବ ସହିତ ନଡାଖଣ୍ଡ କ୍ରିକଟେ କ୍ଳବ ସେହିପର ିଦୁତୀୟ ମ୍ୟାଚଟି ମାଛପଡା କ୍ରିକେଟ କ୍ଳବ ସହିତ ମୁନିନ୍ଦା କିକ୍ରେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହେବ । ୨୦ ଓଭର ଖେଳ ହେବ ବୋଲି ମା ବିଞ୍ଜେଶ୍ୱରୀ କ୍ରିକେଟ କ୍ଳବର ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କ ଠାରୁସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୧----୮,୦୦