Breaking News

ବକୁଳବନରେ ବୃକ୍ଷ ପୂଜନ ବ୍ୟାନର ଉନ୍ମୋଚିତ


 ସାକ୍ଷୀଗୋପାଳ---- ସତ୍ୟବାଦୀ ବକୁଳବନରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଆରମ୍ଭ କରାଯାଇଥବା କାର୍ଯ୍ୟକ୍ରମ ବୃକ୍ଷ ପୂଜନ ବ୍ୟାନର ଉନ୍ମୋଚିତ ହୋଇଯାଇଛି । ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣାର ସଭାପତି  ତଥା ପରିବେଶବିତ୍ତି ଓ ଆଇନଜୀବୀ ହୃଷିକେଷ ପାଢ଼ୀ ଓ ସତ୍ୟବାଦୀ ଇତିହାସର ଲେଖକ ତଥା ଗବେଷକ ଭୀମସେନ ମହାପାତ୍ରଙ୍କ ଦ୍ୱାରା ବୃକ୍ଷ ପୂଜନ କର୍ମଶାଳା ବ୍ୟାନର ଉନ୍ମୋଚିତ ହୋଇଯାଇଛି । ପରେ ପରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବକୁଳବନରେ ଥିବା  ଗଛ ପୂଜନ କରାଯାଇଥିଲା ।  ଏହି ଅବସରରେ ବୋଳକଣା ଗ୍ରାମ ସ୍ଥିତ ଇଶାନେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ବଉଳ ବୃକ୍ଷକୁ ବଉଳ ଅମାବାସ୍ୟାରେ ପୂଜନ କରାଯାଇଛି । ଏହା ପରଠାରୁ ବିଭିନ୍ନ ସ୍ଥାନରେ ଥିବା ବୃକ୍ଷ ଦେବତାଙ୍କୁ ବିଭିନ୍ନ ଗ୍ରାମର ପରିବେଶ ବିତ୍ତି, ସ୍ୱେଚ୍ଛାସେବୀ , ଗ୍ରାମବାସୀ ଯୁବକ ଯୁବତୀ ମାନଙ୍କୁ ନେଇ ବୃକ୍ଷ ପୂଜନ କାର୍ଯ୍ୟକ୍ରମ କରାଯିବ ବୋଲି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପାଢ଼ୀ କହିଛନ୍ତି । ଟ୍ରଷ୍ଟର ଅନ୍ୟତମ ସଦସ୍ୟ ସୌମ୍ୟ ରଞ୍ଜନ ବରାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧/୨୦୨୧---୭,୧୦

Blog Archive

Popular Posts