ନଡିଆ ଗଛରୁ ପଡି ଯୁବକର ମୃତ୍ୟୁ
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ବୋଳକଣା ଗ୍ରାମର ଶ୍ୟାମସୁନ୍ଦର ପରିଡାଙ୍କ ପୁଅ ରବୀନ୍ଦନାଥ ପରିଡା(୪୦) ନଡିଆ ଗଛରେ ଚଡି ନଡିଆ ତୋଳିବା ସମୟରେ ଖସି ପଡି ମୃତ୍ୟୁ ବରଣ କରିଥବା ଜଣାପଡିଛି । ପରିବାର ଲୋକମାନେ ତୁରନ୍ତ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଡ୍ୟୁଟି କରୁଥିବା ଡାକ୍ତର ସୋନୀ ସମାନ୍ତରାୟ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା ଉକ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ସହଯୋଗ କରିବା ପାଇଁ ଉଦ୍ଦ୍ୟମ କରୁଛନ୍ତି । ଡେଲାଙ୍ଗ ଥାନା ଶବ ଜବତ କରି ୧/୨୦୨୧ରେ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୧/୨୦୨୧----୯,୧୫