Breaking News

ଚଣ୍ଡୀ ଛକରେ ୧୦ ଫୁଟର ଘାଇ ; ବିଧାୟକ ଘାଇ ପରିଦର୍ଶନ କଲେ

  


ଡେଲାଙ୍ଗ -----  ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ଲୁଣା ନଦୀରେ ପାଣି କମିବା ଆରମ୍ଭ ହେବା ମାତ୍ରେ ଧାନକେରା, ଅଭୟମୁଖୀରେ ବିପଦ ମାଡି ଆସିଥାଏ । ଏହି ଦୁଇ ଗ୍ରାମ ପଞ୍ଚାୟତ ବ୍ଳକର ସବୁଠାରୁ ତଳୁଆ ଅଞ୍ଚଳ ଭାବେ ବେଶ ପରିଚିତ ।  ଧାନକେରା ଗ୍ରାମ ପଞ୍ଚାୟତର  ଲୁଣା ନଦୀର ବନ୍ୟା ଜଳ ଧାନକେରା ଗ୍ରାମ ପଞ୍ଚାୟତରେ ପ୍ରବେଶ କରିବା ଫଳରେ ଡେଲାଙ୍ଗ- ଧାନକେରା ମୁଖ୍ୟ ରାସ୍ତାର ଚଣ୍ଡୀ ଛକଠାରେ ୧୦ ଫୁଟର ଘାଇ ହୋଇଯାଇଛି । ଧାନକେରା, ମଝିପଡା, ପାଞ୍ଚପଣ, ୧୧ପଣ, ହଳଦୀଘୋରଡା, ନଇକୂଳପାଟଣା ଗ୍ରାମ ଗୁଡିକ ଏବେ ପାଣି ଘେରରେ ରହିଛନ୍ତି । ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ, ବ୍ଳକ ଅଧ୍ୟକ୍ଷା ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ପିପିଲି ବ୍ଳକ ଆତ୍ମାର ସଭାପତି ଧରଣୀ ଧର ସାହୁଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଜେନା , ଯୁବ ସମବାୟବିତ୍ତି ପ୍ରମୋଦ ସାହୁ, ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ, ପୂର୍ବତନ ସମିତିସଭ୍ୟ ଅମୀୟ ବରାଳ ପ୍ରମୁଖ ଉପସ୍ଥତିି ରହିଥିଲେ ।  ଦୁଇଦିନ ମଧ୍ୟରେ ଘାଇ କାମ କରିବା ପାଇଁ ବିଧାୟକ ଶ୍ରୀ ମହାରଥୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ହୁରୁହୁରା ଠାରୁ ଚଣ୍ଡିଛକ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପାଣି ନିଷ୍କାସନ ପାଇଁ ଡ୍ରେନେଜ ଓ ଏକ ଘେରି ବନ୍ଧ କରିବାକୁ ଗ୍ରାମବାସୀ ମାନେ ବିଧୟାୟକଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟ ପକ୍ଷେ ଶରଧାପୁର,ନିମାକେରା, ଟିକରପଡା, ମୁକୁନ୍ଦପୁର, ନୂଆଗାଁ, ଆରଦା, ନାଗଣ, ପ୍ରଚଣ୍ଡପୁର, ବୁଣାସାହି,  ସହିତ ଅଭୟମୁଖୀ ଗ୍ରାମ ପଞ୍ଚାୟତର ଶହ ଶହ ହେକ୍ଟର ଧାନ ଜମି ବନ୍ୟା ପାଣିରେ ବୁଡି ଯାଇଛି । ଏହି ବନ୍ୟା ପାଣି ଛାଡିବା ବେଳେକୁ ଏକ ସପ୍ତାହ ଲାଗିଯିବ ବୋଲି ଗ୍ରାମବାସୀ ମାନେ କହନ୍ତି । 


ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts