ଯୁବ ରେଡକ୍ରସ ପକ୍ଷରୁ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ ପ୍ରଦାନ
ଡେଲାଙ୍ଗ ---- ଡେଲାଙ୍ଗ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ର ଯୁବ ରେଡକ୍ରସ ୟୁନିଟ ପକ୍ଷରୁ ପରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ ବଣ୍ଟନ କରାଯାଇଛି । ରାଜ୍ୟରେ ମହମାରୀ କରୋନା ପରେ ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ, ଓଡିଶା ରାଜ୍ୟ ଶାଖା ଯୋଗାଇ ଦିଆଯାଇଥିବା ସ୍ୱାସ୍ଥ୍ୟ କିଟ ଗୁଡିକ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତର ବାଲିଉପର ଦଳିତବସ୍ତିରେ ଶତାଧିକ ପରିବାରଙ୍କୁ ପରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା କିଟ ବଣ୍ଟନ କରାଯାଇଛି । ଏହି ସୁରକ୍ଷା କିଟ୍ରେ ବ୍ଳିଚିଂ ପାଉଡର, ଫିନାଇଏ. ସାବୁନ ଓ ମାସ୍କ ଆଦି ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅକ୍ଷୟ ତିପ୍ରାଠୀ, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଓ ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ସାହୁଙ୍କ ତତ୍ୱବଧାନରେ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସର ପରାମର୍ଶଦାତା ପଧ୍ୟାପକ ତିପ୍ରନାଥ ପରିଡାଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ ରାଉତରାୟ ଓ ଦୁଷ୍ମନ୍ତ ବଳବନ୍ତରୟ ପ୍ରମୁଖ ଉପସ୍ଥିତ ରହିଥିଲେ । ସାଧାରଣରେ ଯୁବ ରେଡକ୍ରସର ଏହି କାର୍ଯ୍ୟକ୍ରମକୁ ଜନସାଧାରଣରେ ବେଶ ପ୍ରଶାଂସ ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି