ବନ୍ୟା ବିପନ୍ନ ପରିବାରଙ୍କୁ କଂଗ୍ରେସ ପକ୍ଷରୁ ରିଲିଫ ପ୍ରଦାନ
ଡେଲାଙ୍ଗ ----- ଦୟା ଓ ଲୁଣା ନଦୀରେ ବନ୍ୟା ପାଣିରେ ଡେଲାଙ୍ଗ ବ୍ଳକର ୧୪ଟି ଗ୍ରାମ ପଞ୍ଚାୟତ ଜଳମଗ୍ନ ହୋଇଛି । ଗୁରୁବାର ଦିନ କଂଗ୍ରେସ ଦଳ ପକ୍ଷରୁ କୋଠବାଡ ପଞ୍ଚାୟତର ରାମଚନ୍ଦ୍ରପୁର ଓ ସୁଜନପୁର ପଞ୍ଚାୟତର ଅମୃତପୁର ଠାରେ ବନ୍ୟା ବିପନ୍ନ ଲୋକମାନଙ୍କୁ ଚୁଡା ଓ ବିସ୍କୁଟ ରିଲିଫ୍ ପ୍ରଦାନ କରାଯାଇଛି । ରାମଚନ୍ଦ୍ରପୁର ଓ ଅମୃତପୁରର ଦଳିତ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ଯଥେଷ୍ଟ ରିଲିଫ୍ ପ୍ରଦାନ କରାଯାଉନଥିବା କଂଗ୍ରେସ ମୁଖପାତ୍ର ତଥା ଆଇନିଜୀବି ନିଶିକାନ୍ତ ମିଶ୍ର ଅଭିଯୋଗ ଆଣିଛନ୍ତି । ଏହି ରିଲିଫ୍ ବଣ୍ଟନ ସମୟରେ କୋଠବାଡ ପଞ୍ଚାୟତ କଂଗ୍ରେସ ନେତା ନିର୍ମଳ ପରିଡା, ହରେକୃଷ୍ଣ ପାଇକରାୟ,ଲକ୍ଷ୍ମିଧର ପ୍ରଧାନ,ଶେଖ୍ ମେହବୁବ୍,ସୁବୋଧ ସାହୁ,ସୈାମ୍ୟ ରଞ୍ଜନ ସ୍ୱାଇଁ,ଶେଖ୍ ଇନା,ସୁରେନ୍ଦ୍ର କୁମାର ସେଠୀ ଓ ଅବଦୁଲ୍ଲ ଆରିଫ୍ ପ୍ରମୁଖ ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁୁ ଧୀରେନ୍ଦ୍ର ସେନାପତି