Breaking News

ଦି ହିଡେନ ଷ୍ଟ୍ରୋରୀ ଆଫ ୧୮୫୩ ‘’ ର ପୋଷ୍ଟର ଉନ୍ମୋଚନ




 କଳାହାଣ୍ଡି---- ସିଲଭର  ସ୍କ୍ରୀନ  ରେ ‘’ରେଣ୍ଡୋ ମାଝୀ ,' ସୀପାହୀ ବିଦ୍ରୋହ ପୁର୍ବରୁ ୧୮୫୩ ମସିହାରେ ଇଂରେଜ ସରକାର ବିରୋଧ ରେ ଲଢେଇ କରି ଫାଶୀ ଖୁଣ୍ଟ ରେ ଝୁଲିଥିବା କଳାହାଣ୍ଡି ର ସହୀଦ ରେଣ୍ଡୋ ମାଝୀ ଙ୍କ ଜୀବନୀ ଉପରେ ଆଧାରିତ ଫିକଚର ଫିଲ୍ମ  ‘’ରେଣ୍ଡୋ ମାଝୀ’’-ଦି ହିଡେନ ଷ୍ଟ୍ରୋରୀ ଆଫ ୧୮୫୩ ‘’ ର ପୋଷ୍ଟର ଉନ୍ମୋଚନ ହୋଇଯାଇଛି । କଳାହାଣ୍ଡି ର ବରପୁତ୍ର ବୀର ସହୀଦ ରେଣ୍ଡୋ ମାଝୀ ଙ୍କ ଉପରେ ଆର,ବି ଏସ.ବି ଫିଲ୍ମ ପ୍ରଡକ୍ସସନ ବ୍ଯାନର ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଛି ।  ‘’ରେଣ୍ଡୋ ମାଝୀ’’-ଦି ହିଡେନ ଷ୍ଟ୍ରୋରୀ ଆଫ ୧୮୫୩ । ଭବାନୀପାଟଣା ଠାରେ ଏହି ଫିଲ୍ମ ର ପୋଷ୍ଟର ଉନ୍ମୋଚନ ଅବସର ରେ ଫିଲ୍ମ ର ନିର୍ଦ୍ଦେଶକ ଅମରେଶ ଜେନା ଫିଲ୍ମ କୋଶଲୀ ଓ ହିନ୍ଦୀ ଭାଷା ରେ ରେ ପ୍ରସ୍ତୁତ ହେଉଥିବା ବେଳେ ଆନ୍ତର୍ଜାତୀୟ ସ୍ତର ରେ ବୁଝିବାକୁ ଇଂରାଜୀ ସବ ଟାଇଟଲ ରହିବ ବୋଲି ସୁଚନା ଦେଇଛନ୍ତି । ଫିଲ୍ଲ ର ମୁଖ୍ୟ ଚରିତ୍ର ରେଣ୍ଡୋ ମାଝୀ ଭୁମିକା ରେ ଅଭିନେତା ମନୋଜ ମିଶ୍ର ,ଚଳଚିତ୍ର ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ୟ ପୁରସ୍କାରପ୍ରାପ୍ତ ପଙ୍କଜ ଜାଲ । ଚଳଚିତ୍ର ର କାହାଣୀ ଓ ସଂଳାପ ଲେଖିଛନ୍ତି ବିଶିଷ୍ଠ ନାଟ୍ୟକାର ପରମେଶ୍ୱର ମୁଣ୍ଡ । ରେଣ୍ଡୋ ମାଝୀ ଙ୍କ ସହିତ କଳାହାଣ୍ଡି ସମେତ ଓଡିଶା ଲୋକଙ୍କ ଭାବବେଗ ଜଡିତ ଏଣୁ ତାଙ୍କ ବାୟୋପିକ ଲେଖିବା ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ବୋଲି ପ୍ରକାଶ କରିଛନ୍ତି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts