Breaking News

ମହାବୀର ମନ୍ଦିରର ଦାନ ବାକ୍ସ ଭାଙ୍ଗି ଚୋରି


 ସାକ୍ଷୀଗୋପାଳ -------- ସତ୍ୟବାଦୀ ବ୍ଳକ ବଳରାମପୁରଗଡ  ଗ୍ରାମ ପଞ୍ଚାୟତର ବୁଢ଼ାକେରା ର ଶ୍ରୀରାମ ବଜାରରେ ଥିବା ମହାବୀର ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ କେହି ଦୁବୁର୍ତ୍ତ ଦାନ ବାକ୍ସ ଭାଙ୍ଗି ଦାନଅର୍ଥ ଲୁଟି ନେଇଛି । ପ୍ରତିଦିନ ଶହ ଶହ ଲୋକମାନେ ବଜାର ଆସିବା ସହ ମନ୍ଦିରରେ ମୁଣ୍ଡିଆ ମାରି ଠାକୁରଙ୍କ ଆଗରେ ଥିବା ଦାନ ବାକ୍ସରେ ପଇସା ପକାଇଥାନ୍ତି । ପ୍ରତିଦିନ ପରି ମନ୍ଦିରର ପୂଜକ ଠାକୁରଙ୍କ ନୀତିକାନ୍ତି ସାରିବା ପରେ ମନ୍ଦିର ଚାବି ପକାଇଥିଲେ । ଆଜି ସକାଳୁ ଠାକୁରଙ୍କୁ ପୂଜା କରିବା ପାଇଁ ଆସିବା ବେଳକୁ ଦାନ ବାକ୍ସ ଭଙ୍ଗାଯାଇଛି । ପାଖ ଆଖ ଦେକାନୀ ମାନଙ୍କୁ ପୂଜକ ଘଟଣା ସମ୍ପର୍କରେ ଜଣାଇଥିଲେ । ସ୍ଥାନୀୟ ଦେକାନୀ ମାନେ ପ୍ରତିଦିନ ଆଦାୟ କରି ଏହି ଦାନବାକ୍ସରେ ପକାଇଥାନ୍ତି । ପ୍ରତିବର୍ଷ ନବାହ୍ନପରାୟଣରେ ଏହି ବାକ୍ସ ଖୋଲାଯାଇଥା । ମନ୍ଦିର ହେବା ୪୦ ମଧ୍ୟରେ କେବେ ଏଭଳି ହୋଇନଥିଲା ବୋଲି ପୂଜକ ବାଇଧର ନନ୍ଦ କହନ୍ତି । ବଜାର ସଭାପତି ଶ୍ରୀଧର ପ୍ରଧାନ,ହରିଶ୍ଚନ୍ଦ୍ର ନନ୍ଦ ଓ ଭରତ ସାହୁ କହନ୍ତି କରୋନା ଯୋଗୁ  କାମ ଧନ୍ଦା ନ ପାଇ କେହି ଦୁବୁର୍ତ୍ତ ଏହିପରି ଘୃଣ କାର୍ଯ୍ୟ କରିଛି । ସତ୍ୟବାଦୀ ଓ ବଳଙ୍ଗା ଅଞ୍ଚଳରେ ବିଭିନ୍ନ ମଠ ମନ୍ଦିରରୁ ଚୋରୀ ହୋଇଥିଲେ ମଧ୍ୟ ପୋଲିସ ଗୋଟିଏ କେସ ଧରିବାର ସଫଳ ହୋଇ ପାରିନାହିଁ  ବୋଲି ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts