Breaking News

ଦୟା ନଦୀର ରେଙ୍ଗଳ ପାଟଣାଠାରେ ଘଳିଆ ; ଗ୍ରାମବାସୀ ଆତଙ୍କିତ


 ଡେଲାଙ୍ଗ ----------ଡେଲାଙ୍ଗ ବ୍ଲକ ରେଙ୍ଗଳ ପଞ୍ଚାୟତର ପାଟଣା ନିକଟରେ ଦୟାନଦୀ ର ଦକ୍ଷିଣ ପାର୍ଶ୍ୟ ନଦୀ ବନ୍ଧରେ ଏକ ଘଳିଆ ପଡିବାରୁ  ଆଖ ପାଖ ଗ୍ରାମବାସୀ ଆତିଙ୍କିତ ହୋଇ ରହିଛନ୍ତି । ଖବର ପାଇ ପ୍ରାଚୀ ଡିଭିଜନ ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ବିଶ୍ୱାଳ,ସହକାରୀ ଯନ୍ତ୍ରୀ ବଲ୍ଲଭ କୁମାର ମହାପାତ୍ର ଓ ଅଧିକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ ଘଟଣାସ୍ଥଳେ ପହଞ୍ଚି ପଡିଥିବା ଘଳିଆର  ସ୍ଥିତି ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ଜଳସେଚନ ବିଭାଗ ପକ୍ଷରୁ ଘଳିଆ ସ୍ଥାନରେ ବାଲିବସ୍ତା ଦିଆଯାଇ ରିଙ୍ଗି କରାଯାଇଛି ।   ନଦୀ ବନ୍ଧ ରାସ୍ତାରେ ମୋରମ ପକାଯାଇ ଘଳିଆ କୁ ବନ୍ଦ କରାଯାଇଛି । ସେହି ଘଳିଆ ପୁରା ସୁରକ୍ଷିତ ଅବସ୍ଥାରେ ରହିଥିବା ସହକାରୀ ଯନ୍ତ୍ରୀ ବଲ୍ଲଭ କୁମାର ମହାପାତ୍ରଙ୍କ ଠାରୁ ପ୍ରକାଶ । ଅନ୍ୟପଟେ ଖବର ପାଇ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଆଚାରିଆ ଘଳିଆ ପଡିଥିବା ସ୍ଥାନ ପରିଦର୍ଶନ କରିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts