Breaking News

ବରଗଡ଼ ଜିଲ୍ଲା ଭାରପ୍ରାପ୍ତ ଶିକ୍ଷା ନିରୀକ୍ଷକ ଭାବେ ଦାୟିତ୍ୱ ନେଲେ ଆଶୁତୋଷ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭାରପ୍ରାପ୍ତ ଶିକ୍ଷା ନିରୀକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଲେ ଆଶୁତୋଷ ଦେ। ଆଜି ସେପ୍ଟେମ୍ବର ୧ତାରିଖ ୨୦୨୦ ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଡଭଗା କେମ୍ପ ଠାରେ ୧୯୯୭ଠାରୁ କ୍ରୀଡା ଶିକ୍ଷକ ତଥା ଏନ୍.ସି.ସି ଷ୍ଟାଫ ଅଫିସର,ଜୁନିୟର ରେଡ୍ କ୍ରସ ର ଓଡିଶା ରାଜ୍ୟ ସାଧନ କର୍ମୀ,ଭାରତ ସ୍କାଉଡ଼ ଗାଇଡ଼ର ରାଜ୍ୟ ସ୍ତରୀୟ ଓ ଜାତୀୟ ସ୍ତରୀୟ ସାଧନ କର୍ମୀ ଓ ରାଜ୍ୟ ଏବଂ ଜାତୀୟ ସ୍ତରରେ ତାଲିମ ଦାତା ଭାବରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ରାଜ୍ୟ ନିର୍ଦ୍ଧେଶାଳୟଙ୍କ ପତ୍ର ସଂଖ୍ୟା:- ୧୪୯୩୫ ତା୦୫-୦୫-୨୦୨୦ ଓ ବରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପତ୍ର ସଂଖ୍ୟା ୬୭୩୪ ତା୩୧-୦୮- ୨୦୨୦ ଅନୁଯାୟୀ ସିନିୟରୀଟି ବେସିସ୍ ରେ ଆଜି ନୂତନ ଆଇ.ପି.ଇ ( IPE) ଭାବେ ଦାୟିତ୍ୱ ଗ୍ରହଣ କରି ଛନ୍ତି।ବରଗଡ଼ଜିଲ୍ଲା ଶାରୀରିକ କ୍ରୀଡା ଶିକ୍ଷକ ସଂଘ ଶ୍ରୀ ଦେ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପଙ୍କୁ ସାଧୁବାଦ ଜଣାଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....

Blog Archive

Popular Posts