ଟଙ୍କା ଲୁଟ ଅଭିଯୋଗରେ ଜଣେ ଗିରଫ
ସାକ୍ଷୀଗୋପାଳ ------ସମସ୍ତା ମାଇକ୍ରୋ ଫାଇନାସ ବେସରକାରୀ ଅର୍ଥ ଲଗାଣ କାରୀ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ୫ ହଜାର ଟଙ୍କା ଲୁଟ ଅଭିଯୋଗରେ ସତ୍ୟବାଦୀ ପୋଲିସ ଜଣଙ୍କୁ ଗିରଫ କରିଛି । ସୁଚନା ଯୋଗ୍ୟ ଯେ ଉକ୍ତ ସଂସ୍ଥା ମହିଳା ଗୋଷ୍ଠୀ ମାନଙ୍କୁ ଅର୍ଥ ଲଗାଣ କରିଥାନ୍ତି । ବାଉଁଶବାଡି ଗ୍ରାମର ମହିଳା ମାନଙ୍କ ଠାରୁ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀ ଉମାକାନ୍ତ ସାହୁ ଟଙ୍କା ଆଦାୟ କରି ଫେରିବା ସମୟରେ ବଳପୁର ଠାରେ ସାଗର ନାୟକଙ୍କ ସହ ଅନ୍ୟ ଜଣେ ଯୁବକ ମାଡ ମାରି ଶ୍ରୀ ସାହୁଙ୍କ ଠାରୁ ୫ ହଜାର ଟଙ୍କା ଲୁଟ କରିଥିଲେ । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଆଇଆଇସିଙ୍କ ନର୍ଦ୍ଦେଶକ୍ରମେ ୩୦୬/୨୦ ରେ କେସରୁଜ କରାଯାଇ ସାଗର ନାୟକଙ୍କ ଗିରଫ କରିବା ସହ ତାଠାରୁ ୨ହଜାର ଟଙ୍କା ଜବତ କରିଥିଲେ । ସାଗରନାୟକ ଏହା ଆଗରୁ ମଟର ସାଇକେଲ ଚୋରୀ ଅଭିଯୋଗରେ ଗିରଫ ହୋଇଥିଲେ । ବଳଙ୍ଗା ଥାନାରେ ସାଗର ନାମରେ କେସ ରହିଥିବା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି