Breaking News

କେନ୍ଦ୍ର ସରକାରଙ୍କ କୃଷି ବିଲ୍ କୁ ନେଇ ତାତିଲା ବରଗଡ଼ ଆମ୍ ଆଦମୀ ପାର୍ଟି


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-  କେନ୍ଦ୍ର ସରକାରଙ୍କ କୃଷି ବିଲ୍‌ ବିରୁଦ୍ଧରେ ଚାରିଆଡେ ବିରୋଧର ସ୍ବର ତୀବ୍ର ହେବା ସହ ଲୋକେ ଏବେ ଆନ୍ଦୋଳନ ମୁହାଁ ହେବାକୁ ବସିଲେଣି । ଯାହା ଆଜି ବରଗଡ଼ ଜିଲ୍ଲା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ର ଆବାହକ ଭବାନୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ  ବରଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଆପ୍‌ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ସଂସଦର ଉଭୟ ଗୃହରେ ପାରିତ କରିଥିବା କୃଷି ବିଲ୍‌ ଯୋଗୁଁ ଚାଷୀମାନେ ରସାତଳକୁ ଠେଲି ହୋଇଯିବେ। ଚାଷୀମାନେ ସ୍ବାମୀନାଥନ କମିଶନ ଲାଗୁ କରିବାକୁ ଦାବି କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଚାଷୀ ବିରୋଧୀ ବିଲ୍‌ ସମସ୍ତ ଚାଷୀକୂଳଙ୍କ ପାଇଁ ଏବେ ଚିନ୍ତାର ବିଷୟ ହୋଇପଡିଛି। ଯାହା ଏହି ବିଲ୍‌ରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ। ଚାଷୀମାନେ ଉଚିତ୍‌ ମୂଲ୍ୟ ପାଇବେ କି ନାହିଁ,ସେ ନେଇ ଆଶଙ୍କା ପ୍ରକାଶ ପାଇଛି ବୋଲି ଆପ୍ କର୍ମକର୍ତ୍ତାମାନେ କହିଛନ୍ତି।
ସେହିପରି ପୁଞ୍ଜିପତିଙ୍କ ହାତକୁ ଧାନ କିଣାବିକା ଚାଲିଯିବ ଏବଂ ଚାଷୀମାନେ ସରକାର କିମ୍ବା ପ୍ରଶାସନ ପାଖରେ ଅଭିଯୋଗ କରି ପାରିବେ ନାହିଁ। ଅନ୍ୟପକ୍ଷରେ କଣ୍ଟାକ୍ଟ ଫାର୍ମିଂ ଦ୍ବାରା ପୁଞ୍ଜିପତିମାନେ ଅଗ୍ରାଧିକାର ପାଇବେ ବୋଲି ଆପ୍‌ ଅଭିଯୋଗ କରିଛି।ଫଳରେ ଉକ୍ତ କୃଷି ବିଲ୍‌କୁ ଅନୁମୋଦନ କରା ନ ଗଲେ ଚାଷୀମାନେ ଉପକୃତ ହେବେ ଏବଂ ଗଣତନ୍ତ୍ର ସୁରକ୍ଷିତ ରହିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖିତ ରହିଛି।ଏଥିରେ ଅମିତାଭ ପାତ୍ର, ରମେଶ ପତିଙ୍କ ସମେତ ଆପ୍ ର ସକ୍ରିୟ କର୍ମୀ ପ୍ରମୁଖ ସାମିଲ୍‌ ହୋଇଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....

Blog Archive

Popular Posts