ବିଧାୟକ ବୋଟ ମାଧ୍ୟମରେ ବନ୍ୟା ଅଞ୍ଚଳ ପରିଦର୍ଶନ ଓ ସମିକ୍ଷା
ଡେଲାଙ୍ଗ ----ଡେଲାଙ୍ଗ ବ୍ଲକରେ ଲୁଣା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଡେଲାଙ୍ଗ - ଖୋର୍ଦ୍ଧା, ଡେଲାଙ୍ଗ- କଣାସ ରାସ୍ତା ସମ୍ପର୍ଣ୍ଣ ବନ୍ଦ ହୋଇଯାଇଛି । ଲୋକମାନେ ବ୍ଳକ କାର୍ଯ୍ୟାଳୟକୁ ଆସି ପାରୁନାହାନ୍ତି । ଡେଲାଙ୍ଗ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟଠାରୁ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଣି ସୁଅ ଛାଲିଛି । ଡେଲାଙ୍ଗ ବ୍ଳକର ୧୦ଟି ପଞ୍ଚାୟତ ଏବେ ବନ୍ୟା ପାଣି ଘେରରେ । ବ୍ଳକର ସୁଜନପୁର,ଡେଲାଙ୍ଗ କୋଠବାଡ, ମୁନିନ୍ଦା, କଲ୍ୟାଣପୁର, ଘନିପୁର, ସାଉରିଆ,ସିଂହବ୍ରହ୍ମପୁର,ଚାଇଁପୁର,ଅରିସଲ,ଗଡମୋଟରୀ ପ୍ରଭୁତି ପାଣି ଘେରରେ ବୁଡି ରହିଥିବା ବେଳେ ହଜାର ହଜାର ହେକ୍ଟର ଧାନ ଫସଲ ବନ୍ୟା ପାଣିରେ ବୁଡି ରହିଛି । ଏହି ବନ୍ୟା ପାଣି ପଶି ଦୁଃଖ ଦୃର୍ଦଶା ରେ ଲୋକମାନେ କାଳତି ପାତ କରୁଛନ୍ତି । ରାସ୍ତା ଘାଟ ବୁଡିଯିବା ସହିତ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି । ପାଣି ଘେର ପାଇଁ ଗା ଁରୁ ବାହାରି ପାରୁ ନଥିବା ଜଣାପଡିଛି । ଆଗାମୀ ଦିନରେ ଧାନକେରା ଓ ଅଭୟମୁଖୀ ଦୁଇ ଗ୍ରାମ ପଞ୍ଚାୟତ ବନ୍ୟା ପାଣିରେ ବୁଡିବ । ଲୋକମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ଯଥା ଶିଘ୍ର ଚୁଡା ଓ ଗୁଡ ଯୋଗାଇ ଦେବା ପାଇଁ ବିଧାୟକ ପ୍ରଦୀପ ମହାରଥି ଯୋଗାଣ ବିଭାଗର ଅଧିକାରୀଣୀଙ୍କୁ ନିଦ୍ଦେର୍ଶ ଦେଇଛନ୍ତି । ତୁରନ୍ତ ବନ୍ୟା ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବା ସହ ମୁଖ୍ୟମନ୍ତ୍ରୀ ଘୋଷଣା ମୁତାବକ ସହାୟତା ପ୍ରଦାନ କରିବା ପାଇଁ ସୁ ବନ୍ଦୋବସ୍ଥ କରିବା ପାଇଁ ବିଧାୟକ କହିଛନ୍ତି । ଡେଲାଙ୍ଗ ବ୍ଲକରେ ହୋଇଥିବା ବନ୍ୟା ପରିସ୍ଥିତି କୁ ନେଇ ଡେଲାଙ୍ଗ ବ୍ଲକ ପରିସରରେ ବୁଧବାର ଏକ ସମିକ୍ଷା ବୈଠକରେ ବିଧାୟକ ଶ୍ରୀ ମହାରଥି କରିଥିଲେ । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଏବିଡିଓ ପ୍ରଦିପ୍ତ କୁମାର ନାୟକ,ବ୍ଲକ ଯୋଗାଣ ବିଭାଗ ଅଧିକାରିଣୀ ଲିପ୍ଶାରାଣି ରାଉତ ଚାଇଁପୁର ସରପଞ୍ଚ ପ୍ରଦୁମ୍ନ ପରିଡା,ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ,ଗଡମୋଟରୀ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରମଣି ରଞ୍ଜନ ଚମ୍ପତ୍ତିରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ପାଣି ଘେରରେ ଥିବା ଗ୍ରାମକୁ ଯଥା ଶିଘ୍ର ଡଙ୍ଗା ଯୋଗାଇଦେବା ପାଇଁ ବିଡିଓଙ୍କୁ କହିଥିଲେ । ପୁର୍ତବିଭାଗ ଅଧିନସ୍ଥ ପିଡିକେ ରାସ୍ତା ରେ ହୋଇଥିବା ଖାଲଖମା ଗୁଡିକୁ ତୁରନ୍ତ ଯୁଦ୍ଧ କାଳୀନ ଭିତିରେ ମରାମତି କରିବା ପାଇଁ ବିଧାୟକ ଶ୍ରୀଯୁକ୍ତ ମହାରଥି ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନଦୀ ବନ୍ଧରେ ଆଶ୍ରୟ ନେଇଥିବା ବନ୍ୟ ପ୍ରପଡିତ ପରିବାର ମାନଙ୍କୁ ତୁରନ୍ତ ପ୍ରଶାସନ ପକ୍ଷରୁ ପଲିଥିନି ଯୋଗାଇ ଦେବା ସହ ଜେନେରେଟର ସାହାର୍ଯ୍ୟରେ ବିଦ୍ୟୁତ ଯୋଗାଣ କରିବାକୁ ବିଧାୟକ ବିଡିଓଙ୍କୁ ନିଦ୍ଦେର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକ ପରେ ବିଧାୟକ ପ୍ରଦୀପ ମହାରଥି ବୋଟ ଯୋଗେ ଚାଇଁପୁର ଓ ଗଡମୋଟରୀ ପଞ୍ଚାୟତ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷିରୋଦ୍ର ପ୍ରଧାନ,ଆତ୍ମା ଅଧ୍ୟକ୍ଷ ପିପିଲି ଧରଣୀଧର ସାହୁ,ଯୁବନେତା ଆର୍ତବନ୍ଧୁ ସାମନ୍ତରାୟ,କଣ୍ଟି ସରପଞ୍ଚ ପ୍ରକାଶ ଧଳ,ଆଇନିଜୀବି ଶ୍ରଧର ପ୍ରଧାନ,ଚାଇଁପୁର ଓ ଗଡମୋଟରୀ ସରପଞ୍ଚ ପ୍ରମୁଖ ବନ୍ୟା ଅଞ୍ଚଳ ଗସ୍ତ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି