କୁମ୍ଭାରଗାଁ ସରପଞ୍ଚ ଙ୍କ ଅକାଳ ବିୟୋଗ
ଳ-କୋଦଳା - ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଶୁକ୍ରବାର ଦିନ ଅକାଳ ବିୟୋଗ ଘଟିଛି । ତାରିଣୀ ଙ୍କୁ ହଠାତ ଜ୍ୱର ହେବାରୁ ତାଙ୍କୁ ଗୁରୁବାର ରାତିରେ ଭୁବନେଶ୍ୱରର ଏକ ଘରୋଇ କ୍ଲିନିକ ରେ ଚିକିତ୍ସିତ ପାଇଁ ନିଆଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଅତ୍ଯନ୍ତ ଭଦ୍ର, ନମ୍ର ,ପରୋପକାରୀ ଓ ନିଷ୍ଠାବାନ ବ୍ଯକ୍ତିତ୍ବ ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ଏହି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ବିଡ଼ିଓ ବେଦବର ପ୍ରଧାନ,ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା ଶ୍ରୀ ତାରିଣୀଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ