ମା ଶ୍ୟାମାକାଳୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି
ପାଳଲହଡା---- ବର୍ତମାନ ସାରା ରାଜ୍ୟ କରୋନା ମହାମାରୀ କାୟା ବିସ୍ତାର କରିଛି । ସବୁ ଆଡେ ଶୂନଶାନ ଏହାର ସୁଯଗନେଇ କେହି ଦୁର୍ବୁତ୍ତ ମା ଶ୍ୟାମାକାଳୀ ଙ୍କ ମନ୍ଦିର ତାଲା ଭାଙ୍ଗି ଗହଣା ଚୋରି କରି ନେଇଥିବା ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ସଦର ମୁଖ୍ୟ ବଜାର ଠାରେ ଅବସ୍ଥିତ ମା ଶ୍ୟାମାକାଳୀ ମନ୍ଦିରରେ ଗତକାଲି କିଛି ଦୁର୍ବୃତ୍ତ ମା ଙ୍କର ମନ୍ଦିର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୂପା ର ଅଳଙ୍କାର ଚୋରି କରି ନେଇଛନ୍ତି । ସୂଚନା ମୁତାବକ ଗତକାଲି ରାତ୍ର ୧୦,ଘଟିକା ସମୟରେ ମା ଙ୍କର ଷୋଳ ପୂଜା ସରିବା ପରେ ମନ୍ଦିର ବନ୍ଦ କରି ସମସ୍ତେ ଶୋଇ ବା ପରେ ସକାଳୁ ଆସି ଦେଖିଲା ବେଳକୁ ମନ୍ଦିର ତାଲା ଭାଙ୍ଗି ସମସ୍ତ ଗହଣା ଚୋରି ହୋଇଛି । ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ମନ୍ଦିରର କର୍ମକର୍ତ୍ତା ସୁଧାଂଶୁ ଦେହୁରୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ମା ଙ୍କ ଦେହରେ କିଛି ଗହଣା ନ ଥିବା ଦେଖି ପୋଲିସ ପ୍ରଶାସନ ନିଜସ୍ୟ ପାଣ୍ଠିରୁ ମା ଙ୍କୁ କିଛି ଗହଣା ଦାନ କରିଥିବା ଶୁଣିବାକୁ ମିଳିଛି ।
-ଅନୁଗୁଳ ପାଳଲହଡାରୁ ପ୍ରଦ୍ୟୁମ୍ନ କୁମାର ପାଳ