ଦୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ବନ୍ୟା ବିପନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବରୀ- ଚଳିତ ବନ୍ୟାରେ ବରୀ ବ୍ଲକ ବ୍ୟାପକ ପ୍ରଭାବିତ ହୋଇଥିଲା । ବନ୍ୟା ଛାଡିଲା ପରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବନ୍ୟା ପିଡ଼ିତା ଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବହୁ ବେସରକାରୀ ସଂସ୍ଥା। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ସ୍ଥିତ ଦୁଡୁନ ଫାଉଣ୍ଡେସନ ଟ୍ରଷ୍ଟ ଅନ୍ୟତମ। ଆଜି ଟ୍ରଷ୍ଟ ପକ୍ଷରୁ ବରୀ ବ୍ଲକ ର ଅରୂଙ୍ଗବାଦ ଓ ରମ୍ପା ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକମାନକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଟ୍ରଷ୍ଟ ର ଅଧ୍ୟକ୍ଷା ଡ଼ ବନ୍ଦନା ହରିଚନ୍ଦନ,ପରିଚାଳନା ନିଦେଶକ ସଂଜୀବ କୁମାର ହରି ଚନ୍ଦ୍ରଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ବରୀ ରୁ ଦର୍ଶନ ବେହେରା