Breaking News

ବଳଙ୍ଗା ରୁ ଗୋଟିଏ ଦିନରେ ୧୮କରୋନା ଆକ୍ରାନ୍ତ

 ବଳଙ୍ଗା ----- ବଳଙ୍ଗା ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି ।  ବଳଙ୍ଗା ବଜାରରେ ସଟଡାଉନ କରାଯାଇଛି ।  ତେବେ ଆଜି ଗୋଟିଏ ଦିନରେ ବଳଙ୍ଗାରେ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।  ବଳଙ୍ଗା ବିଜୁକଲ୍ୟାଣ ମଣ୍ଡପ ପରିସରରେ ବଳଙ୍ଗା ଅଞ୍ଚଳର କୋଭିଡ ପରୀକ୍ଷା ପାଇଁ ୬୦ଜଣ ନାମ ପଂଜିକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୮ଜଣଙ୍କର ଆନ୍ଟିଜେନ ଟେଷ୍ଟ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ଥାନୀୟ ସରପଞ୍ଚ ଅଜିତ ଦଳାଇ କହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ବଳଙ୍ଗାର ହୋଇଥିଲା ବେଳେ ୩ଜଣ ରୁପଦେଇପୁର ପଞ୍ଚୟତର ।  ଅନ୍ୟ ୨ଜଣ ଉଛୁପୁର ପଞ୍ଚାୟତର ଚିହ୍ନଟ ହୋଇଛନ୍ତି । ତେବେ ଜଣେ ଯୁବକ ବଳଙ୍ଗା ଥାନାରେ କାର୍ଯ୍ୟରତ ଥିବା ଜଣାପଡିଛି । ଫଳରେ ଥାନାର ସମସ୍ତ କର୍ମଚାରୀଙ୍କ କୋଭିଡ ଷ୍ଟେଟ କରାଯାଇଥିଲା । ତେବେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଥାନା ଅଧିକାରୀ ସଂଜୀବ କୁମାର ପଧାନ କହିଛନ୍ତି । ବଳଙ୍ଗାରୁ  ମନୋଜ


Blog Archive

Popular Posts