ଅତାବିରାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ତମ ସ୍ୱାଧୀନତା ଦିବସ ପାଳିତ
ବରଗଡ଼ ଜିଲ୍ଲା ଅତାବିରାରେ କୋଭିଡ ନିୟମକୁ ପାଳନ କରି ସାମାଜିକ ଦୂରତା ସହ ମାସ୍କ ବ୍ୟବହାର କରି ଆଜି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବ୍ଲକ ପରିସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରିତା ସାହୁ ପତାକା ଉତ୍ତୋଳନ କରିଥିବାବେଳେ ସମ୍ବାନୀତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀଙ୍କ ଉପସ୍ଥିତରେ ପତାକା ଉତ୍ତୋଳନ ହୋଇଥିଲା।
ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଟପର ହୋଇଥିବା ହାଇସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।
ଏହି ଅବସରରେ ଏନଏସି ଅଧ୍ୟକ୍ଷା ଦୀପାଞ୍ଜଳି ଭରାସାଗାର,ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ,ଏନ୍ ଏସି ଇଓ ଡ଼. ତପସ୍ୱିନୀ ଗୁରୁଙ୍କ ସମେତ ଏନଏସି ର ସମସ୍ତ କର୍ମଚାରୀ ଓ କାଉନସିଲର ମନେ ମାନେ ଉପସ୍ଥିତ ଥିଲେ।

ପରେ ଥାନା ଛକ ନିକଟସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ଓ ତହସିଲ ଛକ ସ୍ଥିତ ବିର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ସ୍ଥାନୀୟ ବିଧାୟିକା ଶ୍ରୀ ମତି ଛୁରିଆ ।
ଅନ୍ୟ ପକ୍ଷରେ ଅତାବିରା ତହସିଲ ପରିସରରେ ତହସିଲ ର ସମସ୍ତ କର୍ମଚାରୀ ମାନଙ୍କ ଉପସ୍ଥିତି କ୍ରମେ ତହସିଲଦାର ହୃଦାନନ୍ଦ ଅଡ୍ଡା ପତାକା ଉତ୍ତୋଳନ କରିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ