Breaking News

ନୂତନ ଭାବେ ଦାଇତ୍ୱ ଗ୍ରହଣ କଲେ ଖୋର୍ଦ୍ଧା ରୋଡ ଜି.ଆର.ପି ଥାନା ଭାରପ୍ରାପ୍ତ ଅଧିକାରୀ

 
ଜଟଣୀ ------  ବୁଧବାର ଠାରୁ ନୂତନଭାବେ ଖୋର୍ଦ୍ଧା ରୋଡ ଜି. ଆର. ପି. ଥାନାରେ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଧରଣୀଧର ପ୍ରଧାନ ଦାଇତ୍ୱ ଗ୍ରହଣ କରିଛନ୍ତି l ସେ ପ୍ରଥମେ ବୌଦ୍ଧ ଜିଲ୍ଲାରେ ଦ୍ଵିତୀୟ ଅଫିସର ଭାବେ ଦୁଇ ବର୍ଷ, ଗଜପତି ଜିଲ୍ଲା ଟାଉନଥାନା, କାଶୀନଗର ଥାନାରେ ଦୁଇବର୍ଷ, ଭଦ୍ରକ ଷ୍ଟେସନରେ ତିନିବର୍ଷ ଛଅ ମାସ ଓ. ଆଇ. ସି. ରୂପେ କାର୍ଯ୍ୟ ତୁଲାଇଥିଲେ  । ବର୍ତ୍ତମାନ ଆଜିଠାରୁ ଖୋର୍ଦ୍ଧା ରୋଡ ଷ୍ଟେସନ ଜି. ଆର. ପି. ଥାନାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କର ମୂଳ ଲକ୍ଷ୍ୟ ଜନସାଧାରଣଙ୍କ ସୁରକ୍ଷା, ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା । ଟ୍ରେନ ଭିତରେ ଯେପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ତାଙ୍କର ମୂଳ ଲକ୍ଷ୍ୟ ରହିବ ।  ଶେଷରେ ଜନସାଧାରଙ୍କ ସାହାଯ୍ୟ, ସହଯୋଗ ଲୋଡିଛନ୍ତି ।
 ଜଟଣୀରୁ -ରଙ୍ଗନାଥ ବେହେରା 

Blog Archive

Popular Posts