Breaking News

ଅତାବିରା ଷ୍ଟେଟ ବ୍ୟାଙ୍କ ଏବେ ମୁରବି ଶ୍ରୀ ହୀନ



ବରଗଡ଼-----ଲକ୍ଷାଧିକ ଗ୍ରାହକଙ୍କ ଆଶା ଭରଷା ଅତାବିରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଉପରେ । ଦୀର୍ଘ ଦୁଇ ମାସ ଧରି ଶାଖା ପରିଚାଳକ ଶୂନ୍ୟ ହୋଇ ବେ ଲଗାମ ବା ମୁୁରବି ଶ୍ରୀ ହୀନ ହୋଇପଡିଛି । ଦୂରଦୂରାନ୍ତରୁ ଗ୍ରାହକ ମାନେ ଆସି ବିଭିନ୍ନ ସମସ୍ୟାରେ ଜଡିତ ରହି ଅଭିଯୋଗ କରିପାରୁ ନାହାଁନ୍ତି। ଷ୍ଟେଟ ବ୍ୟାଙ୍କ ପ୍ରତି ଲୋକଙ୍କ ଆସ୍ଥା ରହିଥିଲେ ହେଁ ଉପଯୁକ୍ତ ସେବା ନପାଇ ଗ୍ରାହକ ସଂଖ୍ୟା କମିବା ସହ ଲୋକେ ନିରାଶ ହୋଇ ଧୀରେ ଧୀରେ ଗ୍ରାହକ ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି।ଅର୍ଥନୀତି ପାଇଁ ବ୍ୟାଙ୍କ ଏକ ମୁଖ୍ୟ କ୍ଷେତ୍ର ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ସହ ତାହା ଦୀର୍ଘ ସମୟ ଧରି ସମାଧାନ ନହେବା ତଥା କେହି ଶୁଣିବାକୁ ନଥିବା ଯୋଗୁଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହେବାକୁ ପଡୁଛି।ସେହିପରି ଗ୍ରାହକ ମାନଙ୍କ ସହ ଶାଖା ପରିଚାଳକ ପ୍ରତିମାସରେ ବିଭିନ୍ନ ସମସ୍ୟାର ସୁବ୍ୟବସ୍ଥା କରିବା ପାଇଁ ଆଲୋଚନା ହେବାକୁ ଥିଲେ ହେଁ ତାହା କେବଳ କାଗଜକଲମରେ ସୀମିତ ରହିଥିବା ଯୋଗୁଁ ଗ୍ରାହକ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଏହି ବ୍ୟାଙ୍କ ନିଜର ବିକାଶ ଉପରେ ଗୁରୁତ୍ୱ ଦେବା ସହ ଗ୍ରାହକ ସେବା ଭୁଲିଯାଉଥିବା ଜଣାପଡୁଛି।ବ୍ୟାଙ୍କରେ ଗ୍ରାହକଙ୍କ ପାଇଁ ନାଁ ଅଛି ଶୌଚାଳୟ ନାଁ ଅଛି ପାନୀୟଜଳ ର ବ୍ୟବସ୍ଥା।ଖରା ବର୍ଷାରେ ଛାଇ ଟିକେ ପାଇଁ ଲୋକେ କେଉଁଠି ଆଶ୍ରୟ ନେବେ ତାହା ଚିନ୍ତାର ବିଷୟ ହୋଇଥିବାବେଳେ ମହିଳା ଗ୍ରାହକ ମାନେ ଶୌଚାଳୟ ପାଇଁ ହଟହଟା ହେଉଛନ୍ତି।ଖରା ବର୍ଷାରେ ଲମ୍ବା ଧାଡି ସହ କେତେକେ ଚପଲ ଗୋଡି ଥୋଇ ପରଦୁଆର ପିଣ୍ଡାରେ ଆଶ୍ରୟ ନେଉଛନ୍ତି।ଏପରି ଅନେକ ମୌଳିକ ସମସ୍ୟା ଦେଇ ବ୍ୟାଙ୍କ ଗତି କରୁଥିବାବେଳେ ବଡ଼ ବଡ଼ ବିଭାଗୀୟ କର୍ତ୍ତୃପକ୍ଷ ଆସି ହାତ ହଲାଇ ଚାଲି ଯାଉଛନ୍ତି,ହେଲେ କାହାରି ଦୃଷ୍ଟି ପଡୁନଥିବା ଗ୍ରାହକ ମହଲରେ ଅଭିଯୋଗ ହେଉଛି।ସେହିପରି ପାର୍କିଂ କଥା ନ କହିବା ଭଲ ସର୍ଭିସ ରୋଡ଼ରେ ପାର୍କିଂ କରି ବ୍ୟାଙ୍କ ଗ୍ରାହକ ମାନଙ୍କର ଗାଡି ମଟର ରହୁଥିବାରୁ ପଥଚାରୀ ତଥା ସ୍ଥାନୀୟ ଲୋକେ ବାଧ୍ୟ ହୋଇ ରାଜରାସ୍ତା ରେ ଯିବା ଆସିବା କରି ଛୋଟ ମୋଟ ଦୁର୍ଘଟଣାର ଶିକାର ହେଉଛନ୍ତି।ତୁରନ୍ତ ଏହିସବୁ ସମସ୍ୟାର ସମାଧାନ ପାଇଁ ଗ୍ରାହକମାନେ ଦାବୀ ଜଣାଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts