Breaking News

ମୂଲ୍ୟବାନ ଶାଗୁଆନ ପଟା ସହିତ ପିକଅପ ଭ୍ୟାନ ଜବତ


ଓଡ଼ଗାଁ/କୁରାଳ- ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ଝୋଲା ସେକ୍ସନ ମହିଳା ଫରେଷ୍ଟରଙ୍କର ଦିନରାତି ଚଢ଼ାଉ କରିବା ଦ୍ୱାରା ଜଙ୍ଗଲ ଲୁଟେରାଙ୍କର ମଧ୍ୟରେ କୋକୁଆ ଭୟ ଖେଳେଇ ଦେଇଛି ।
ସୂଚନା ଅନୁଯାୟୀ ବୁଧବାର ରାତିରେ ରେଞ୍ଜର ରବୀନ୍ଦ୍ରନାଥ ପଣ୍ଡାଙ୍କର ସୂଚନା ଏବଂ ନିର୍ଦ୍ଦେଶ ଅନୁସାରେ ବର୍ଷା ରାତିକୁ ଭ୍ରୁକ୍ଷେପ ନ କରି ବନପାଳ ସରିତା ବରାଳ ବାହାଡ଼ଝୋଲା ଏବଂ ଗୁମି ରାସ୍ତାରେ ଏକ ପିକଅପ ଭ୍ୟାନ (ଓଡ଼ି ୨୫ସି ୩୬୧୩)କୁ ପିଛାକରି ଡାଲଖାଇ ନିକଟରେ ଅଟକାଇ ଥିଲେ ।ହେଲେ ରାତି ଅନ୍ଧକାରର ସୁଯୋଗ ପାଇ ଡ୍ରାଇଭର ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ ।ବନ ବିଭାଗ ଗାଡି ଜବତ କରିବା ସହିତ ସେଥିରେ ଥିବା ୩୦ଖଣ୍ଡ ଶାଗୁଆନ ପଟା ଜବତ କରିଥିଲେ । ଜବତ ପଟାର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ରେଞ୍ଜର ରବୀନ୍ଦ୍ରନାଥ ପଣ୍ଡା ପ୍ରକାଶ କରିଛନ୍ତି ।
ବନପାଳ ଶୁଭେନ୍ଦୁ କୁମାର ନାୟକ ,ବନରକ୍ଷୀ ଧରଣୀଧର ନାୟକ ,ଅରବିନ୍ଦ ସାହୁଙ୍କ ସମେତ ବନସୁରକ୍ଷା ସ୍କ୍ୱାଡ଼ ଏହି ଚଢ଼ାଉରେ ସାମିଲ ଥିଲେ । ଗତ ଦୁଇ ଦିନତଳେ ମଧ୍ୟ ବନପାଳ ସରିତା ବରାଳ କାଠ ଚୋରଙ୍କର ପିଛାକରି ମୂଲ୍ୟବାନ ଶାଳ ପଟା ସହ ଏକ ଏକ୍ସସେଲ ଗାଡି ଜବତ କରିବାରେ ସଫଳ ହୋଇଥିଲେ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts