ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ
ପୁରୀ ---- ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଳକର ୧୪୭୫ ଜଣ ପରିବାରଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ପକ୍ଷରୁ ପ୍ରତି ପରିବାରଙ୍କୁ ୫ଶହ ଗ୍ରାମ ହଲିକ୍ସ ଓ ୪ ଗୋଟି ମାସ୍କ ବଣ୍ଟନ କରାଯାଇଛି । ରାଜ୍ୟରେ କରୋନା ଯୋଗୁ ଲୋକମାନେ ବହୁ ଅସୁବିଧାରେ ରହିଛନ୍ତି । ଗୁଞ୍ଜ ଅନୁଷ୍ଠାନର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ଓଡିଶା ମୁଖ୍ୟ ସୁରେଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଅଶୋକ କୁମାର ବେହେରାଙ୍କ ତତ୍ୱବଧାନରେ ଅମିତ, ଜଗଦୀଶ ଯୋଗଦେଇଥିଲେ । ଙ୍କ ସହିତ ଅନୁଷ୍ଠାନର କର୍ମଚାରୀ ବିଭୁପ୍ରସାଦ ଦଳେଇ . ଗୁଞ୍ଜର କର୍ମଚାରୀ ରଘୁନାଥ ଦଳାଇ, ସନ୍ତୋଷ ଦଳାଇ, ଯସସ୍ୱନୀ ଜଗଦେବ, ସଂଯୁକ୍ତା ଜେନାଙ୍କ ସହିତ ସ୍ଥାନୀୟ ସରପଞ୍ଚ ଓ ଗ୍ରାମର ମୁରବି ମାନଙ୍କ ଉପସ୍ଥିତିରେ ଏହି ବଣ୍ଟନ କାର୍ଯ୍ୟକ୍ରମ ସହଯୋଗ କରିଥିଲେ । ବ୍ରହ୍ମଗିରି ବ୍ଳକର ରାୟଗତ ଓ କଉଗାଡିଆ ଗ୍ରାମର ୧୩୭ ଜଣ, କୁସୁପୁର ଗ୍ରାମର ୧୮୦, ଦେହାପଞ୍ଚ ଗୋଛିୟା ୮୦ଜଣ, ଦାମଦରପୁର ୧୭୦, ଆପିଥି ୧୩୭, ପଲଙ୍କ ୩୫୭, ଶିରିଆପୁର ୨୮, ଖିଲାପୁର ୩୬, ନିୟାଜପୁର ୧୬୫, କାଠୁଆରେଡି ୧୮୫ ଜଣଙ୍କୁ ୫ଶହ ଗ୍ରାମ ହଲିକ୍ସ ଓ ୪ ଗୋଟି ମାସ୍କ ବଣ୍ଟନ କରାଯାଇଛ ବୋଲି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି ।
ଧୀରେନ୍ଦ୍ର ସେନାପତି