Breaking News

ଭାରତ ବିକାଶ ପରିଷଦ ପକ୍ଷରୁ ହୋମିଓପାଥି ଔଷଧ ବଣ୍ଟନ


ସାକ୍ଷୀଗୋପାଳ --- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଅର୍ଶେର୍ନିକ ଆଲବମ ହୋମିଓପାଥି ଔଷଧ ବିତରଣ କରାଯାଇଛି । ଏହି ଔଷଧ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଡାଇଥାଏ ବୋଲି ଭାରତ ବିକାଶ ପରିଷଦ ସତ୍ୟବାଦୀ ଶଖାର ସଭାପତି ସତ୍ୟବାଦୀ ଦାଶ କେନ୍ଦ୍ର ସରକାର ଆୟୁସ ବିଭାଗ ପ୍ରତ୍ୟେୃକ ରାଜ୍ୟକୁ ଏହି ଔଷଧ ସମ୍ପର୍କରେ ଚିଠି କରିଥିବା କହନ୍ତି । ସତ୍ୟବାଦୀ ବ୍ଳକରେ ଭାରତ ବିକାଶ ପରିଷଦ ଏହି ଔଷଧ ବିତରଣକୁ ଏକ ସେବା ମୂଳକ ଭାବେ ଗ୍ରହଣ କରିଛି । ଏହି ଅବସରରେ ସତ୍ୟବାଦୀ ବ୍ଳକର ବାସୁକେରା ଗ୍ରାମର ପ୍ରାୟ ୮୦ ପରିବାରଙ୍କୁ ଏହି ଔଷଧ ବଣ୍ଟନ କରାଯାଇଥବା ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ  ଅନୁଷ୍ଠାନର ଅର୍ଥ ସଚ୍ଚିବ ନବଘନ ଶତପଥୀ, ଅଭିଜିତି ସେନାପତି,ବିଷ୍ଟୁ ମହାରଣା ପରେଶ କୁମାର ମହାନ୍ତି  ପ୍ରମୁଖ  ଔଷଧ ବିତରଣରେ ସହଯୋଗ କରିିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts