Breaking News

ଅଗ୍ନିକାଣ୍ଡରେ ଚାରି ବଖର ଜଳିଗଲା



ବରୀ- ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତରସ ଭଳିନୂଆ ଗାଁ ଗ୍ରାମର ଦଳିତ ସାହିରେ କାହ୍ନୁ ମଲିକ,ବେନୁ ମଲ୍ଲିକ,ମିଥୁନ ମଲ୍ଲିକ, ଶିଶିର ମଲ୍ଲିକଙ୍କ ଘରେ ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ   ୪ ବଖରା  ଛଣ ଛପର ଘର ସମ୍ପୃଣ ପୋଡି ପାଉଁଶ ହୋଇଯାଇଛି। ଗ୍ରାମବାସୀ ଚେଷ୍ଠା କରିଥିଲେ ମଧ୍ୟ ନିଆଁ କୁ ଆୟତ କରିପାରି ନଥିଲେ। ଖବର ପାଇ ବରୀ ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ କରିବା  ଚେଷ୍ଠା କରିଥିଲେ ମଧ୍ୟ ଘର ଗୁଡିକ ସମ୍ପୃଣ ପୋଡି ପାଉଁଶ ହୋଇଯାଇଛି ।  ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମୁରଲୀ ସାହୁଙ୍କ ସହଯୋଗରେ  ବରୀ ତହସିଲ ରୁ ଉକ୍ତ ପରିବାରକୁ ପାଲ ଯୋଗାଇ ଦିଆଯାଇଛି । ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।
ଯାଜପୁର ବରୀ ରୁ ଦର୍ଶନ ବେହେରା

Blog Archive

Popular Posts