Breaking News

ବିଷ ପିଇ ଯୁବକର ମୃତ୍ୟୁ

ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ପଥୁରିଆ ସାହିର ଦୀଲିପ ସାହୁ(୨୭) ଘରୋଇ କଳିରୁ ବିଷ ପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଗୁରୁବାର ରାତିରେ ବିଷ ପାନ କରି ଦୀଲିପର ଦେହ ଗୁରୁତର ହୋଇ ପଡିଥିଲା । ପରିବାର ଲୋକମାନେ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ପଠାଯାଇଥିଲା ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଛେଦ କରିବା ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Popular Posts