
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଶାସନ ଗ୍ରାମରେ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠା ସହିତ ପାଶ୍ୱର୍ ଦେବାଦେବୀଙ୍କୁ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଆଇନକୁ କଡାକଡି ଭାବେ ଗଆମବାସୀ ମାନେ ପାଳନ କରିଥିଲେ । ଉକ୍ତ ଗ୍ରାମରେ ତିନିଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଅଙ୍କୁରାରୋପଣ, ଗର୍ଭାଧାନ, ଗୋପୂଜା, ମାତୃପୂଜା, ଘଟ ସ୍ଥାପନ , ଅଗ୍ନି ସ୍ଥାପନ, ମହାସ୍ନାନ, ଆଳତି ଓ ବିଗ୍ରହ ନ୍ୟାସ , ସୂର୍ଯ୍ୟପୂଜା ଓ ପୂର୍ଣ୍ଣାହୁତି କରାଯାଇଥିଲା । ପାଶ୍ୱର୍ ଦେବତା ଭାବେ ବରାହ, ନୃସିଂହ, ବାମନ ଓ ଚକ୍ର ସ୍ଥାପନ କରାଯାଇଥିଲା । ପଣ୍ଡିତ ନୃସିଂହ ନାଥ ନନ୍ଦ, ଲକ୍ଷ୍ମୀକାନ୍ତ ନନ୍ଦ, ନାରାୟଣ ମହାପାତ୍ର, ଅକ୍ଷୟ କୁମାର ମିଶ୍ର ଓ ବିଶ୍ୱନାଥ ପଣ୍ଡା ମନ୍ଦିର ପ୍ରତିଷ୍ଠା ସହିତ ଯଜ୍ଞକର୍ମ ସମ୍ପାଦନ କରିଥିଲେ । ଯଜ୍ଞ କର୍ମରେ କର୍ତ୍ତା ଓ କତ୍ର୍ତ୍ରି ଭାବେ ସୀମାଞ୍ଚଳ ମହାପାତ୍ର ଓ ଲିପିସା ମହାପାତ୍ର କାର୍ଯ୍ୟ ସମ୍ପାଦାନ କରିଥିଲେ । ଏହି ଅବସରରେ ଗ୍ରାମରେ ତିନିଦିନ ଧରି ଆମିଷ ନିଷେଧ କରାଯିବା ସହ ପ୍ରତି ଘର ଆଗରେ ପୂର୍ଣ୍ଣକୁମ୍ଭ ସହିତ ଦୀପ ଜଳୁଥିଲା । ଗ୍ରାମ ମହାଜନ କୋଠ ପରିଚାଳନା କମିଟି ସଭାପତି ନୃସିଂହ ଦାଶ, ସମ୍ପାଦକ ବୃନ୍ଦାବନ ମହାପାତ୍ର ଓ କମିଟି ସଭ୍ୟ ପ୍ରଫୁଲ କୁମାର ମହାପାତ୍ର, ରବି ନାରାୟଣ ମହାପାତ୍ର, ରମେଶ ଚନ୍ଦ୍ର ମହାପାତ୍ର ,ଜଗଦୀଶ ଚନ୍ଦ୍ର ମହାପାତ୍ର, ତାପଶ ଦାଶ, ଶିବ ପ୍ରସାଦ ମିଶ୍ର ଓ ଅଶ୍ୱନିୀ କୁମାର ଦାଶ ପ୍ରମୁଖ ସହିତ ଗ୍ରାମର ସମସ୍ତ ବ୍ରାହ୍ମଣ ମହାଜନ ମାନେ କୋଭିଡ-୧୯ଆଇନକୁ ମାନି ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି