ଡେଲାଙ୍ଗ ବ୍ଲକରେ ନୂତନ ଶିଶୁ ବିକାଶ ଅଧିକାରୀଣିଙ୍କ ଯୋଗଦାନ
ଡେଲାଙ୍ଗ-----ଡେଲାଙ୍ଗ ବ୍ଲକରେ ନୂତନଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଭାବେ ହାରାମଣି ନାଏକ ଯୋଗଦାନ କରିଛନ୍ତି । ଶିଶୁ ବିକାଶ ଅଧିକାରୀ କାମିନି ପ୍ରଭା ସ୍ୱାଇଁଙ୍କ ଭୁବନେଶ୍ୱର ବଦଳି ପରେ ତାଙ୍କ ସ୍ଥାନରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଶିଶୁ ବିକାଶ ଅଧିକାରୀ ହାରାମଣି ନାଏକ ଯୋଗ ଦାନ କରିଛନ୍ତି । ନୂତନଭାବେ ଦାୟିତ୍ୱ ନେବା ପରେ ସୁପରଭାଇଜର, କର୍ମଚାରୀ , ଅଙ୍ଗନୱାଡି କର୍ମି,ସହାୟିକା ମାନଙ୍କୁ କୋଭିଡ୍-୧୯ର ସମସ୍ତ ନିୟମ ପାଳନ ପାଇଁ ପରାମର୍ଶ ଦେଇଥିବା ଜଣାପଡିଛି । ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ ଓ ସଭାପତି ବିଦୁଲତା ସ୍ୱାଇଁ ଓ ଅନ୍ୟ ସଦସ୍ୟା ମାନେ ନୁତନ ସିଡିପିଓଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି