କୁଜଙ୍ଗ ହାଟରେ ନାହିଁ ନଥିବା ଭିଡ
କୁଜଙ୍ଗ--- ରାଜ୍ୟରେ ମାଡି ଚାଲିଛି କରୋନା । ଏଭଳି କରୋନା କାଳରେ କୁଜଙ୍ଗ ଅଂଚଳରେ ସାପ୍ତାହିକ ହାଟକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଥିବା ସତ୍ୱେ ଆଜି ମଙ୍ଗଳବାର ହାଟରେ କରୋନା ଆଇନକୁ ଉଲଙ୍ଘନ କରି ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ କୁଜଙ୍ଗ ତହସିଲଦାର ଓ କୁଜଙ୍ଗ ଥାନା ଅଧିକାରୀ ଖବର ପାଇ କୁଜଙ୍ଗ ବଜାର ଓ ସାପ୍ତାହିକ ପାନ ହାଟ, ସୁଖୁଆ ହାଟ, ପରିବା ହାଟରେ ପହଂଚି ଜନ ସାଧାରଣଙ୍କ ଏହି ଅସମ୍ଭବ ଭିଡକୁ ନିୟନ୍ତ୍ରଣ କରୁଥିବାର ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ଅବଲମ୍ବନ ନକରି କିଛି ଅମାନିଆ ବ୍ୟବସାୟୀ ସେମାନେ ବ୍ୟବସାୟ କରୁଥିବାର ଦେଖାଯାଇଥିଲା । ପୋଲିସ ସାମାଜିକ ଦୂରତା ରକ୍ଷା କରୁନଥିବା ଉକ୍ତ ବ୍ୟବସାୟୀଙ୍କୁ ଥାନାକୁ ଧରି ଆଣିଥିବା ଜଣାପଡିଛି ।
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁର ପ୍ରଳୟ କୁମାର ମହାପାତ୍ର