ଆଇ ସି ଆଇ ସି ଆଇ ଫାଉଣ୍ଡେସନ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ ଚାରା ବଣ୍ଟନ
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକରେ ପୂର୍ବ ସତ୍ୟବାଦୀରେ ଥିବା ଦଶ ଗୋଟି ଗ୍ରାମ ପଞ୍ଚାୟତର ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ଗଛର ଚାରା ବଣ୍ଟନ କରାଯାଇଛି । ଆଇ ସି ଆଇ ସି ଆଇ ଫାଉଣ୍ଡେସନ ପକ୍ଷରୁ ବିଗତ ଦିନରେ ମହିଳା ଗୋଷ୍ଠୀଙ୍କୁ କତାପାରୁ ଉପରେ ବିଭିନ୍ନ ତାଲିମ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ କରୋନା ଯୋଗୁ ସବୁ ଠପ ହୋଇଯାଇଛି । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ ଓ ଫାଉଣ୍ଡେସନର ମିଳିତ ସହଯୋଗରେ ଅକାଶିଆ, ଝାଉଁ, ଡାଲଚିନି, ବଉଳ ଓ ଅଁଳା ଆଦି ବୃକ୍ଷ ଚାରା ବଣ୍ଟନ କରାଯାଇଛି । ପାୟ ୩ ହଜାର ଗଛ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ମହିଳା ମାନଙ୍କୁ ନିଜ ନିଜ ବାରିରେ ବା ଛାତ ଉପରେ କିଚେନ ଗାର୍ଡନ କରିବା ପାଇଁ ଜୋର ଦିଆଯାଇଛି । ଯାହାକି ନିଜ ଘର ପରିବା, ଫୁଲ ଖର୍ଚ୍ଚ ଏହି ବଗିଚା କିଛି ମାତ୍ରାରେ ସାହାର୍ଯ୍ୟ କରି ପାରିବ । ଏହା ସହିତ ଛତୁ, ପନିପରିବା ଚାଷ ପାଇଁ ମହିଳା ମାନଙ୍କୁ ତାଲଇମ ପ୍ରଦାନ କରାଯିବ ବୋଲି ଫାଉଣ୍ଡସେନର ପୁରୀ ଡେଭେଲମେଣ୍ଟ ଅଫିସର ନିଲୁ କୁମାର ବେହେରା କହିଛନ୍ତି । ଗୁଆଳି ଗୋରଡା, କେତକୀ ପାଟଣା, ବଳପୁର, ପରାଜାପଡା, ମହୁରା, ବିଦ୍ୟାଧରପୁର ଆଦି ଗ୍ରାମ ପଞ୍ଚାୟତରେ ମହିଳା ଗୋଷ୍ଠୀ ମାନଙ୍କୁ ଏହି ଚାରା ବଣ୍ଟନ କରାଯାଉଛି । ବଳପୁର ଜୟଦୁର୍ଗା ଫାଉଣ୍ଡେସନର କର୍ମଚାରୀ ଜିତେନ୍ଦ୍ର ବାରିକ ମହିଳା ମହାସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶ, ସମ୍ପାଦିକା ମିନତୀ ମହାପାତ୍ରଙ୍କ ସହିତ ବାସନ୍ତୀ ସାହୁ, ଜୋସ୍ନାରାଣୀ ଜେନା, ସୁମିତ୍ରା ସାହୁ, ଗିତାଞ୍ଜଳି ପ୍ରଧାନ, ପ୍ରମିଳା ମୁଦୁଲି, ଜୋସ୍ନାରାଣୀ ପଣ୍ଡା, ଜୟନ୍ତୀ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି