ବୋତଲ ର ସହର ଅତାବିରା
ବରଗଡ଼---- ଲୋକେ ମଦ ପିଉଛନ୍ତି ନା ସାନାଟାଇଜ କରୁଛନ୍ତି। ଚାରିଆଡେ କେବଳ ବୋତଲ ହିଁ ବୋତଲ।କରୋନା ମହାମାରୀ ପାଇଁ ଲୋକଙ୍କ ଜୀବନରେ ଏକ ନୂଆଁ ମୋଡ଼ ନେଇ କାମଧନ୍ଦା ସହ ସରକାରୀ ଲକ ଡାଉନ ଓ ସଟ ଡାଉନ ପାଇଁ ଲୋକେ ଘରୁ ବାହାରି ପାରୁନାହାନ୍ତି।ହେଲେ ଏହି ସମୟରେ ଦୋକାନ ବଜାର ବନ୍ଦ କରି ଲୋକଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅତ୍ୟାବଶ୍ୟକ ନହେଲେ ଘରୁ ନ ବାହାରିବାକୁ କଡାକଡି ନିର୍ଦ୍ଦେଶ ଜାରି ରହିଛି । ଅର୍ଥନୀତିକୁ ସୁଧାରିବା ପାଇଁ ସରକାର ମଦ ଦୋକାନ ଗୁଡିକ ଖୋଲି ଅନ ଲାଇନ ସହ ପାର୍ସଲରେ ମଦ ବିକ୍ରି କରିବାକୁ ନିର୍ଦ୍ଦେଶ ଜାରି ରଖିଥିଲେ। ହେଲେ କୋଉ ଭଳିଆ ଅତାବିରାରେ ମଦ ବିକ୍ରି ହେଉଛି ଯାହା ଏଇ ଦୃଶ୍ୟରୁ ଜଣାପଡେ। ଯାହା ମଦ ପିଇ ଲୋକେ ରାସ୍ତା କଡରେ ଭଙ୍ଗା ଦଦରା ଡଷ୍ଟବିନ ତଥା ରାସ୍ତା କଡରେ ପକାଇ ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି । ତେବେ ଶନିବାର,ରବିବାର ସଟଡାଉନ ହୋଇଛି । ପୋଲିସର କଡା ପହରା ତଥା ରାଜରାସ୍ତା ଉପରେ ସିସି କ୍ୟାମେରା ଲାଗିଥିଲେ ହେଁ କେମିତି ଲୋକେ ମଦ ପିଇ ରାଜରାସ୍ତା କଡରେ ବୋତଲ ପକାଇ ଦେଉଛନ୍ତି ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବା ସହ ହୀନସ୍ତା ହେବାକୁ ପଡୁଛି ବୋଲି ସ୍ଥାନୀୟ ଲୋକମାନେ କହନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ