Breaking News

ପ୍ରକୃତି ବନ୍ଧୁ କୃଷ୍ଣଚନ୍ଦ୍ର ବିଶ୍ଵାଳ



ପୁରୀ---  ପ୍ରକୃତି ବନ୍ଧୁ କୃଷ୍ଣଚନ୍ଦ୍ର ବିଶ୍ଵାଳ,ସବୁଜ ବିପ୍ଲବ ର ସ୍ଵପ୍ନ ଦେଖି ଏହାକୁ ସାକାର କରିଛନ୍ତି ଅସ୍ତରଙ୍ଗ ଜାହାନିଅ। ବେଳା ଭୂମିରେ ।  ୧୫ ବର୍ଷ ଧରି ନିରବଚ୍ଚିନ୍ନ ଭାବରେ ପ୍ରାୟ ପଚାଶ ହଜାର ତାଳ ଗଛ ରୋପଣ କରି ଅନ୍ୟ ମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।
ଅବସରପ୍ରାପ୍ତ ସେନା କର୍ମଚାରୀ  କୃଷ୍ଣଚନ୍ଦ୍ର ବିଶ୍ଵାଳ । ଅତି ନିପଟ ମଫସଲ ଗଁ।ର ମଣିଷ । ସେନାରେ ୧୯୮୨  ମସିହାରେ ଯୋଗ ଦେଇ ୨୦୦୪ରେ କାର୍ଯ୍ୟରୁ ଅବସର ନେଇ ଫେରିଛନ୍ତି  ନିଜ ଭିଟାମାଟି ଅସ୍ତରଙ୍ଗ ଗୁଣ୍ଡଳବା ଗଁ।କୁ । କିନ୍ତୁ ମନରୁ ଲିଭିନଥିଲା ସେହି ୧୯୯୯ର ମହାବାତ୍ୟାର କରାଳ ଚିତ୍ର । କିଭଳି ନିଜ ଭିଟାମାଟିକୁ ରକ୍ଷା କରିବେ ସେ ନେଇ ସ୍ଵପ୍ନ ଦେଖିଥିଲେ  କୃଷ୍ଣଚନ୍ଦ୍ର । ଅ।ରମ୍ଭ କରିଥିଲେ ବେଳା ଭୂମିରେ ତାଳଗଛ ରୋପଣ, ଏକାକୀ ଅ।ରମ୍ଭ କରି ପ୍ରାୟ ପଚାଶ ହଜାରରୁ ଉର୍ଦ୍ଦ ତାଳ ଗଛ ଲଗାଇ ବେଳା ଭୂମିରେ ସବୁଜ ବନାନୀ ସୃଷ୍ଟି କରିପାରିଛନ୍ତି  । ଗଛ ଲଗାଇବା ତାଙ୍କର ନିଶା, କୃଷ୍ଣଙ୍କର ଏମିତି ଗୋଟିଏ ଦିନ ଯାଇନି ସେ ଗଛ ଲଗାଉନଥିବେ। ନିଜ ଅଂଚଳରେ କୃଷ୍ଣ ଗଛ ମଣିଷ ଭ।ବରେ ପରିଚିତ । ସେପଟେ ଏଭଳି କାର୍ଯ୍ୟ ମନକୁ ବହୁତ ଅ।ନନ୍ଦ ଦେଉଥିବା ବେଳେ ବଂଚିଥିବା ଯାଏଁ ଏଭଳି କାର୍ଯ୍ୟ ଜାରି ରଖିବି ବୋଲି କୃଷ୍ଣ କହିଥିବା ବେଳେ  ତାଙ୍କର ଏଭଳି କାର୍ଯ୍ୟ ପାଇଁ ଅ।ମ୍ଭେ ଗର୍ଵିତ ବୋଲି ଗ୍ରାମବାସୀ କହିଛନ୍ତିି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts