ଡେଲାଙ୍ଗ ପୋଲିସକୁ ବଡ ସଫଳତା; ଏସପି କଲେ ସାମ୍ବାଦିକ ସମ୍ମଳନୀ
ଡେଲାଙ୍ଗ ---- ଡେଲାଙ୍ଗ ପୋଲିସକୁ ୨୦୨୦ ବର୍ଷର ସବୁଠାରୁ ବଡ ସଫଳତା ମିଳିଛି ବୋଲି ପୁରୀ ଜିଲ୍ଲା ଏସପି ଅଖିଳେଶ୍ୱର ସିଂଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ କହିଛନ୍ତି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ବିଜୟ କୁମାର ବେହେରାଙ୍କ ଘରୁ ୧୬ ତାରିଖ ରାତିରେ ଦୁବୁର୍ତ୍ତ ମାନେ ଘରେ ପଶି ସୁନା , ରୂପା ଅଳଙ୍କାର ସହିତ ବାସନ କୁସନ ଓ ନଗଦ ଟଙ୍କା ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଡେଲାଙ୍ଗରେ ଛୋଟ ଛୋଟ ଅପରାଧୀଙ୍କୁ ଥାନାକୁ ଆଣି ପଚାର ଉଚାର କରିଥିଲେ । ଡେଲାଙ୍ଗ ଥାନା ଆଇଆଇସି ଏ ସମ୍ପର୍କରେ ଏସଡିପିଓ ଦେବଦତ୍ତ ବରାଳଙ୍କ ପରାମର୍ଶ କ୍ରମେ ବିଭିନ୍ନ ସ୍ଥାନରେ ଚଡାଉ କରିଥିଲେ । ଶେଷରେ ଡେଲାଙ୍ଗ ପୋଲିସ ହାତରେ ଏକ ଚୋର ଗ୍ୟାଙ୍ଗର ୪ଜଣ ସଦସ୍ୟ ଧରାପଡିଛନ୍ତି । ସେମାନେ ହେଲେ ବାପି ଦାସ (୩୩) ବାପା- ଧଡିଆ ଦାସ , ପ୍ରଭାକର ଦାସ (୩୩) ଲକ୍ଷ୍ମୀଧର ଦାସ ଡେଲାଙ୍ଗ ଥାନା ହୁମର ଗ୍ରାମର ହୋଇଥିବା ବେଳେ ରମେଶ ଓରଫ ଲକ୍ଷ୍ମଣ ଦାସ (୪୦) ପିତା ଶ୍ୟାମ ଦାସ , ଗ୍ରାମ- ଜାମୁକେଳି, ଥାନା ଏୟାର ଫିଲଡ, ଜିଲ୍ଲା ଖୋର୍ଦ୍ଦା ହୋଇଥିବା ବେଳେ ଡେଲାଙ୍ଗ ଥାନା ହୁମର ଗ୍ରାମରେ ରହୁଥିଲା । ଅନ୍ୟ ଜଣେ ହେଲେ ଦାସ ସୁର ଦାସ (୪୫) ପିତା ଶ୍ୟାମ ଦାସ , ଗ୍ରାମ- ଜାମୁକେଳି, ଥାନା ଏୟାର ଫିଲଡ, ଜିଲ୍ଲା ଖୋର୍ଦ୍ଦା ହୋଇଥିବା ବେଳେ ଡେଲାଙ୍ଗ ଥାନା ସୁଜନପୁର ଗ୍ରାମରେ ଘର କରିଛି । ଚୋରି ଜିନିଷ ରଖିବା ଅଭିଯୋଗରେ କୁମ୍ଭାରପଡା ଥାନା ଅନ୍ତର୍ଗତ ସର୍ବେଦୟ ନଗର , ପୁରୀର ପି. ସିବରନୀ (୨୧) ବେପାରୀ ଙ୍କୁ ପୋଲିସ ଗିରଫ କରିଛି । ୩ ଲକ୍ଷ ୨୫ ହଜାର ୨ଶହ ଟଙ୍କା ସହିତ ୧କେଜି ୮୬୪ ଗ୍ରାମ ସୁନାମୁଣ୍ଡା ଓ ଅଳଙ୍କାର , ୩କେଜି ୫୫୭ ଗ୍ରାମ ରୁପା ଆଉଟା ମୁଣ୍ଡା ସହିତ ଅଳଙ୍କାର , ପିତ୍ତଳ, କଂସା , ସିଲଭର ବାସନ କୁସନ, ଓଡି- ୦୫, ଏଚେ ୭୩୫୦ ହିରୋ ହୁଣ୍ଡା ମଟର ସାଇକେଲ, ବାଇ ସାଇକେଲ, ୫ଟି ମୋବାଇଲି ଓ ଗୋଟିଲ କଟୁରୀ, ଲୁହାରଡ ପୋଲିସ ସେମାନଙ୍କ ଠାରୁ ଜବତ କରିଥିବା ପୁରୀ ଏସପି ଶ୍ରୀ ସିଂ ଜଣାଇଛନ୍ତି । ସେମାନଙ୍କ ନାମରେ ଡେଲାଙ୍ଗ, ପିପିଲି, ସତ୍ୟବାଦୀ ଥାନାରେ ୧୦ କେସ ରହିଛି । ଏହି ଗ୍ୟାଙ୍ଗର ମାଷ୍ଟାର ମାଇଣ୍ଡ ହେଉଛି ରମେଶ ଓରଫ ଲକ୍ଷ୍ମଣ ଦାସ ବୋଲି ଏସପି ଶ୍ରୀ ସିଂ କହିଛନ୍ତି । କରୋନା ସମୟରେ ଏସଡିପିଓ ଓ ଡେଲାଙ୍ଗ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ ଯେଉଁ ପରି ଦକ୍ଷତାର ସହ ଏହି ଗ୍ୟାଙ୍ଗ ଧରିବାରେ ସଫଳତା ପାଇଛନ୍ତି ସେଥିପାଇଁ ଏହାର ଶ୍ରେୟ ଦୁଇ ଅଧିକାରୀ ବୋଲି ଏସପି କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି