ଲଡାଉନ୍ ସମୟରେ ଖୋର୍ଦ୍ଧାରୋଡ଼୍ ରେଳମଣ୍ଡଳ ଦ୍ଵାରା ଭିତିଭୂମିର ଉନ୍ନତି କାର୍ଯ୍ୟ
ଜଟଣୀ - କୋରିଡ଼-୧୯ ମହାମାରୀ ସଂକ୍ରମଣ ଯୋଗୁଁ ଯାତ୍ରୀବାହୀ ରେଳ ଚଳାଚଳ ସେବା ମାର୍ଚ୍ଚ ମାସ ୨୪ ତାରିଖ ଠାରୁ ବନ୍ଦ ରହିଛି । ଲକଡାଉନ୍ ସମୟରେ ଅଧିକ ଟ୍ରାଫିକ୍ ବ୍ଲକର ସଦୁପଯୋଗ କରି, ଖୋର୍ଦ୍ଧାରୋଡ଼ ମଣ୍ଡଳ ଭିତ୍ତିଭୂମୀର ଉନ୍ନତି, ନିରାପତ୍ତା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସବୁ ସମ୍ପାଦନ କରିଥିଲା। ରେଳ ସେବାକୁ ପ୍ରଭାବିତ ନକରି ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ଅଗ୍ରାଧକାର ଭିଭିରେ ଅନେକ ଗୁଡ଼ିଏ କାର୍ଯ୍ୟ କରାଯାଇଛି । ସାଳଗାଁ-ରାଜଆଠଗଡ଼ ଓ ସୋମପେଟା -ବରୁଆ ସେକ୍ଟରେ ୧୫ ଗୋଟି ବ୍ରିଜର କାର୍ଯ୍ୟ ସଂପାଦନ, କପିଳାସ-ବୈରୀ ସେକ୍ଟରେ ୨ଟି ସ୍ବଳ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ, ଗଙ୍ଗାଧରପୁର ଓ ବାଲୁଗାଁ ମଧ୍ୟରେ ରୋଡ଼ ଓଭର ବ୍ରିଜ୍ ନିର୍ମାଣ କରାଯାଇ ପ୍ରହରୀଯୁକ୍ତ ରେଳ ଫାଟକ ନଂ. ୨୫୪ର ଉଛେଦ ।
ସେଇଭଳି ଜାନକୀଦେଇପୁର ଠାରେ ଫୁଟ୍ ଓଭର ବ୍ରିଜର ସ୍ଥାପନ । ଭୁବନେଶ୍ୱର ଷ୍ଟେସନ୍ ଠାରେ ଥିବା ପୁରୁଣା ଫୁଟ୍ ଓଭର ବ୍ରିଜ୍ର ଗାଡ଼ିର ଭଧାର କାର୍ଯ୍ୟ । ବିଭିନ୍ନ ସେକ୍ଟରେ ସମୁଦାୟ ୫୧.୪୫ କି.ମି. ରେଳ ଲାଇନ୍ର ମରାମତି, ୧୦୦ ଗଜ ରେଳପଥର ରକ୍ଷଣାବେକ୍ଷଣ, ୧୧୯୫ ଗୋଟି ରେଳପଥ ମୋଡ଼ ଓ ୧ ୩୭ ଗୋଟି ଲେଭଲ ବ୍ରସିଂ ଗେଟର ମରାମତି ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ସଂପାଦନ କରାଯାଇଛି । ଜଟଣୀରୁ -ରଙ୍ଗନାଥ ବେହେରା