Breaking News

ଜଳ ସଂପଦ ବିଭାଗ ଅବହେଳାରୁ କେନାଲରେ ପାଣି ନାହିଁ, ଜମି ଫାଟି ଆଁ

 କୁଜଙ୍ଗ---ଶ୍ରାବଣ ମାସରେ ବର୍ଷା ନାହିଁ । ହେଲେ ଆଷାଢ଼ ଯାଇ ଶ୍ରାବଣ ହେଲାଣି ବିଲରେ ପାଣି ନାହିଁ କି ଆକାଶରେ ମେଘ ନାହିଁ । ତା ସହିତ କେନାଲରେ ପାଣି ନଥିବାରୁ ଚାଷ ଜମି ଫାଟି ଆଁ ହେଲାଣି । ଧାନ ଚାଷ ପାଇଁ ତାଲଦଣ୍ଡା କେନାଲ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ବାରମ୍ବାର ପାଣି  ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବି କୌଣସି ସୁଫଳ ମିଳୁନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଠିକ୍ ଗତବର୍ଷ ଏହିଦିନରେ ଜୋବ୍ରା ଆନିକଟ ନିକଟରେ ପୋଲ କାର୍ଯ୍ୟ ନେଇ ପାଣି ଛଡାଯାଇନଥିଲା । ଠିକ୍ ସେହିପରି ଏ ବର୍ଷ ମଧ୍ୟ  ସେହି ସମାନ ଅବସ୍ଥା ଦେଖିବାକୁ ମିଳୁଛି । କେନାଲରେ ପାଣି ଆସୁନଥିବା ଯୋଗୁଁ ଚାଷୀ ଚାଷ ଜମିରେ ଚାଷ କରିପାରୁନାହିଁ । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି ।
 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts