ସଟଡାଉନ ସମୟରେ ଚଡାଉ ପରେ ଦେକାନ ବଜାର ବନ୍ଦ
ସାକ୍ଷୀଗୋପାଳ -----ମହାମାରୀ କରୋନାର ସଠିକ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜୁଲାଇ ମାସର ପ୍ରତି ଶନି ଓ ରବିବାର ଦୁଇଦିନ ସଟଡାଉନ ଜାରି କରିଛନ୍ତି । ମାସର ପ୍ରଥମ ସପ୍ତାହରେ ସତ୍ୟବାଦୀ ବଜାରେ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ପ୍ରାୟ ଖୋଲା ରହିଥିଲା । ଦୁତୀୟ ସଟଡାଉନର ପ୍ରଥମ ଦିନ ଅର୍ଥାତ ଶନିବାର ସକାଳୁ ସକାଳୁ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ସଟଡାଉନ ସମୟରେ ବଜାରରେ ଦେକାନ ଖୋଲିଥିବା କେତେକ ଦେକାନୀ ମାନଙ୍କୁ ଉଠାଇ ନେଇଥିଲେ । ସେମାନଙ୍କ ଠାରୁ ଫାଇନି ଆଦାୟ କରି ଛାଡି ଦେଇଥିଲେ । ଆଜି ଦୁତୀୟ ସଟଡାଉନର ଦୁତୀୟ ଦିବସରେ ସତ୍ୟବାଦୀ ବଜାରରେ ସମସ୍ତ ବ୍ୟବସାୟୀ ମାନେ ପୋଲିସ ଭୟରେ କେହି ଦେକାନ ଖୋଲି ନାହାନ୍ତି । ଏଥିଯୋଗୁ ବଜାର ପ୍ରାୟ ଖାଁ ଖାଁ ଦିଶୁଥିଲା । କରୋନାରୁ ରକ୍ଷା ପାଇବା ପାଇଁ ପୋଲିସର ଏଭଲି କାର୍ଯ୍ୟକ୍ରମକୁ ସତ୍ୟବାଦୀର ବୁଦ୍ଧିଜିବି ମାନେ ସ୍ୱାଗତ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି