Breaking News

୧ ହଜାର ଲିଟର ପୋଚ ଓ ୧୦ ଲିଟର ଦେଶୀ ମଦ ଜବତ

ବେଗୁନିଆ--- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ଗ୍ରାମର ମଧୁବନ ଜଙ୍ଗଲରୁ  ଦେଶୀ ମଦ ପ୍ରସ୍ତୁତ ହେଉଥିବାର ଖବର ପାଇ  ପୋଲିସ ଚଡଉ କରିଥିଲା । ସେଠାରୁ  ୧ ହଜାର ଲିଟର ପୋଚ ଓ ୧୦ ଲିଟର ଦେଶି ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ।  ଅନ୍ୟମାନେ ସୁରାକ ପାଇ ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ମହିଳା ଜଣକ ହେଉଛନ୍ତି କଣ୍ଟାବାଡ ଗ୍ରାମର ରାଜ କିଶୋର ସ୍ୱାଇଁଙ୍କ ପତ୍ନୀ  ଦିପା ସ୍ୱାଇଁ  ବୋଲି ଥାନା ସୁତ୍ରରୁ ଜଣାପଡିଛି ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts