ସତ୍ୟବାଦୀରେ କରୋନା ଆକ୍ରାନ୍ତ ଚିହ୍ନଟ; ମହାବୀରି କଲୋନି ଆଂଶିକ କଣ୍ଟେନମେଣ୍ଟ ଜୋନ ଘୋଷଣା
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ସତ୍ୟବାଦୀ ବ୍ଳକର ଜଣେ ମହିଳା କନିଷ୍ଠ ଜେଇ କରୋନା ଚିହ୍ନଟ ହେବାପରେ ଏବେ ବ୍ଳକ ପାଖ ମହାବୀରି କଲୋନିରେ ଜଣେ ଯୁବକ କରୋନା ପଜେଟିଭି ଚହ୍ନଟ ହୋଇଛି । ସୁଚନାଯୋଗ୍ୟ ଯେ ଯୁବକ ଜଣଙ୍କ ଘର ରାୟଖଣ୍ଡି ଗ୍ରାମର ତାଙ୍କର ଦେହ ଭଲ ନ ଥିବାରୁ ସେ ମହାବୀରି କଲୋନିରେ ଥିବା ଭଉଣୀ ଘରେ ରହି ଚିକିତ୍ସା ହେଉଥିଲେ । ଜ୍ୱର, ଖାସ ନ ଛାଡିବାରୁ ସେ ସାକ୍ଷୀଗୋପାଳ ମେଡିକାଲକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ସ୍ୱାବ ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯାଇଥିଲା । କରୋନା ପଜେଟିଭି ଆସିବା ପରେ ତାଙ୍କୁ ଭୁବନେଶ୍ୱର କୋଭିଡ-୧୯ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି । ସେ ରହୁଥିବା ମହାବୀରି କଲୋନିର ଆଂଶିକ ଅଂଶକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି