ଦାସିଆ ବାଉରି ପୀଠରେ ଶ୍ରୀଜଗନ୍ନାଥ ମନ୍ଦିରରେ ଦ୍ୱାଦଶତମ ପ୍ରତିଷ୍ଠା ଉତ୍ସବ
ଡେଲାଙ୍ଗ----- ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାମାଧି ପୀଠ ପରିସରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଦ୍ୱାଦଶତମ ପ୍ରତିଷ୍ଠା ଉତ୍ସବ ଅବସରରେ ଯଜ୍ଞ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଭକ୍ତ ଦାସିଆ ସ୍ମୃତି କମିଟି ଦ୍ୱାରା ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ।ଏହି ଅବସରରେ ଆଚାର୍ଯ୍ୟ ସତ୍ୟଜିତି ପାଢ଼ୀ, ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ, ପୂଜକ ମାନସ ରାମ ମିଶ୍ର, ନାରାୟଣ ରଥ ଓ ପ୍ରହଲ୍ଲାଦ ମିଶ୍ର ପ୍ରତିଦିନ ପରି ଆଜି ମଧ୍ୟ ଠାକୁରଙ୍କ ନୀତି କାନ୍ତି କରିଥିଲେ । ଅନୁଷ୍ଠିତ ଯଜ୍ଞରେ ଅନୁଷ୍ଠାନର ସଦସ୍ୟ ସରୋଜ କୁମାର ସାହୁ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀ ଗାୟକ ଗିରିଧାରୀ ପଲାଇ, କବିନ୍ଧ ବେହେରା, କୃଷ୍ଣଚନ୍ଦ୍ର ରାଉତ ପ୍ରଭୁଙ୍କ ଜଣାଣ ଓ ଭଜନ ଗାନ କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ କମିଟିର ସଦସ୍ୟ ଅର୍ଜ୍ଜୁନ ମାଝି, ରମେଶ ଚନ୍ଦ୍ର ପ୍ରଧାନ, ସୁକାନ୍ତ କୁମାର ପଣ୍ଡା, ଭୀମସେନ ମେକାପଙ୍କ ସହିତ ବାଲିଗାଁ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡ ଘନଶ୍ୟାମ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି