Breaking News

ହିଂଜିଳିସହରକୁ ସଟଡାଉନ କରାଗଲା



  ଧରାକୋଟ --- ଗଞ୍ଜାମ ଜିଲ୍ଲାର ହିଂଜିଳି ସହର ରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି ।ଜିଲ୍ଲାର ହିଂଜିଳି ସହର  ମଧ୍ୟରେ ପ୍ରତ୍ୟେକ ଦିନ କିଛି ନା କିଛି ପଜଟିଭ୍‌ ଚିହ୍ନଟ ହେଉଛନ୍ତି  । ଏହାକୁ ଦୃଷ୍ଟିରେ ରଖି ହିଂଜିଳି ପୋଲିସ ଥାନା ଅଧିକାରୀ ଅଭିମନ୍ୟୁ ଦାସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରା ଯାଇଛି । ହିଂଜିଳି ସହର ର ରୁ କୌଣସି ଲୋକ ସହର ବାହାରକୁ ଯାଇପାରିବେନି କିମ୍ବା ସହରକୁ ବାହାର ଲୋକ ଆସି ପାରିବେନି । ଏଥିପାଇଁ  ଥାନା ଆଇଆଇସି ଅଭିମନ୍ୟୁ ଦାସ କଂ ନେତୃତ୍ୱରେ  ଥାନାର ଏସଆଇ  ଅନ୍ୟ ଷ୍ଟାଫ କୁ ନେଇ ବଡ଼ ଶଙ୍ଖ ଓ ପୋଷ୍ଟ ଅଫିସ ଛକ ଓ ବ୍ଲକ ଛକଠାରେ ବାଇକ ଆରୋହୀ ଙ୍କୁ ଛାଡି ନ ଥିଲେ । କେବଳ ମେଡିକାଲ କାମରେ ଆସୁଥିବା ବ୍ୟକ୍ତିଙ୍କୁ ଛଡା ଯାଉଥିବା ଦେଖିବାକୁ ମିଳିଥିଲା । ଏହା ଦ୍ୱାରା କରୋନା ଆକ୍ରାନ୍ତ ସଂଖ୍ୟା କିଛି ମାତ୍ରାରେ କମିବ ବୋଲି ଥାନା ଆଇଆଇସି ଦାସ ସୂଚନା ଦେଇଛନ୍ତି । ଝିପିଝିପି ବର୍ଷା ସତ୍ତ୍ୱେ ହିଂଜିଳି  ପୋଲିସର  ଏହି କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି । 
ଧରାକୋଟ ରୁ କାଳୁ ଚରଣ ମହାପାତ୍ର

Blog Archive

Popular Posts