ସ୍ବର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ଏକାଦଶାହରେ ସର୍ବଦଳିୟ ଓ ନାଗରିକ ଶ୍ରଦ୍ଧାଞ୍ଜଳି ସଭା
କୁଜଙ୍ଗ---- ତିର୍ତ୍ତୋଲର ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ଏକାଦଶାହରେ ଗୁରୁବାର ଆନନ୍ଦ ମଣ୍ଡପରେ ସର୍ବଦଳିୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସେହିପରି ବିଭିନ୍ନ ପଞ୍ଚାୟତରେ ନାଗରିକ ଶ୍ରଦ୍ଧାଞ୍ଜଳି ସଭା ହୋଇଯାଇଛି। ସର୍ବଦଳିୟ ଶ୍ରଦ୍ଧାଞ୍ଜଳିରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ସଭାପତିତ୍ବ କରିଥିଲେ। ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଆତ୍ମାର ଅଧ୍ୟକ୍ଷ ବସନ୍ତ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ଆଶିଷ ସେଠୀ, ଜିଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବିର ରାୟ, ଲିପାଲି ରାଉଳ, ପୂର୍ବତନ ଜିଲାପରିଷଦ ମନୋଜ ମହାନ୍ତି, ସରପଞ୍ଚ ଚିତ୍ତରଞ୍ଜନ ରଥ, ବସନ୍ତ ସେଠୀ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ଅମର ଜ୍ୟୋତି ସାହୁ ଧନ୍ୟବାଦ ଦେଇଥିଲେ। ଶାରଳା ରୋଡ ବ୍ଲକ ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ବିଜେଡି ସଭାପତି ଅଶୋକ ରାଉତ, ପୂର୍ବତନ ସରପଞ୍ଚ ପ୍ରଫୁଲ ମହାନ୍ତି ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଗୋବିନ୍ଦପୁର ପଞ୍ଚାୟତ ଖଣ୍ଡତଙ୍ଗ ବାଳକ ବାବା ପିଠରେ ବରିଷ୍ଠ ବିଜେଡି ନେତା ଭାସ୍କର ନାୟକ, ଦେବେନ୍ଦ୍ର ମହାନ୍ତି, ଧୃବ ଖଟୁଆ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଅମର ଆତ୍ମାର ସଦଗତି କାମନା କରିଥିଲେ। ତିର୍ତ୍ତୋଲ ପଞ୍ଚାୟତ କୁମାର ଉତ୍ସବ ସଭା ଗୃହରେ ବିଜେଡି ନେତା ବଟକୃଷ୍ଣ ଦାଶ, ବିମଳ ମହାପାତ୍ର, ଅନିଲ ମହାପାତ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସଅଁରା ପଞ୍ଚାୟତରେ ପୂର୍ବତନ ସମିତି ସଭ୍ୟ ଦିଲିପ ମହାନ୍ତି, ପୂର୍ବତନ ନାଏବ ସରପଞ୍ଚ ବସନ୍ତ ମହାପାତ୍ର।, ତରଜଙ୍ଗା ପଞ୍ଚାୟତରେ ତ୍ରିଲୋଚନ ସେଠୀ, ସୁରେଶ ମଲ୍ଲିକ, ଆଶିଷ ଚୌଧୁରୀ, ସରୋଜ ସାହୁ, ସିପୁନ ପୃଷ୍ଟି, ପ୍ରଳୟ ପରିଜା, ସମିର ମହାନ୍ତି,ଅରୁଣ ଦଳାଇ ପ୍ରମୁଖ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର୍