ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମନମୁଖି କାର୍ଯ୍ୟାପାଇଁ ଡେଲାଙ୍ଗ, ପିପିଲି ନିର୍ମାଣ ଶ୍ରମିକ କରୋନା ସହାୟତାରୁ ବଞ୍ଚିତ
ଡେଲାଙ୍ଗ---- ମହାମାରୀ କରୋନା ସହିତ ସମଗ୍ର ଦେଶ ଲଢେଇ ଜାରି ରଖିଛି । କେନ୍ଦ୍ର ଓ ରାଜ୍ୟ ସରକାର ସଂକ୍ରମିତ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଦେଖିବାକୁ ଗଲେ ସମସ୍ତେ ଏଥିରେ ପ୍ରଭାବିତ ହେଉଥିବା ବେଳେ ନିର୍ମାଣ ଶ୍ରମିକ ହେଉକି ପ୍ରବାସୀ ଶ୍ରମିକ ଏହି ସମୟରେ ବିଶେଷ ହଇରାଣରେ ପଡିଛନ୍ତି । ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପିପିଲି ଓ ଡେଲାଙ୍ଗ ବ୍ଲକରେ ପଞ୍ଜିକୃତ ୧୮ହଜାର ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧୨ହଜାର ଶ୍ରମିକ କୋଭିଡ୍-୧୯ର ସହାୟତା ରାଶି ୧୫ଶହ ଟଙ୍କା ପାଇଥିବା ବେଳେ୬ହଜାର ନିର୍ମାଣ ଶ୍ରମିକ ଙ୍କ କାଗଜ ପତ୍ର ତୃଟି ଦର୍ଶାଇ ଏହି ସହାୟତା ରାଶି ପାଇବାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ କରାଯାଇଛି । ଜିଲ୍ଲାଶ୍ରମ କାର୍ଯ୍ୟାଳୟରେ ଶ୍ରମିକ ପଞ୍ଜିକରଣ ଓ ଅବଧିବୃଦ୍ଧିର କାର୍ଯ୍ୟକୁ ଦିର୍ଘଦିନ ହେବ ବନ୍ଦ କରାଯାଇଛି । ଯାହକୁ ନେଇ ଡେଲାଙ୍ଗ-ପିପିଲି ବ୍ଲକର ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ପୁରୀ ଜିଲ୍ଲା ଶ୍ରମ ବିଭାଗ ଦିର୍ଘ ୪ବର୍ଷ ହୋଇଗଲା ଛାତ୍ରବୃତି,ଶିକ୍ଷାସହାୟତା,ବିବାହ ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ସମ୍ପର୍ଣ୍ଣ ବିଫଳ ହୋଇଛି ବୋଲି ହିନ୍ଦ୍ ମଜୁଦୁର୍ ସଭା ରାଜ୍ୟ ସମ୍ପାଦକ ଞ୍ଜାନ ରଞ୍ଜନ ଦାସ ଅଭିଯୋଗ ଆଣିଛନ୍ତି । ଜିଲ୍ଲା ଶ୍ରମ ବିଭାଗର ଏକ ଚାଟିଆ ନୀତିଯୋଗୁ ମନମୁଖୀ କାର୍ଯ୍ୟ କୁ ପୁରୀ ଜିଲ୍ଲାର ଶ୍ରମିକ ସଂଗଠନ ଘୋର ନିନ୍ଦା କରିଛି । ଆଗାମୀ ଦିନରେ ପୁରୀ ଜିଲ୍ଲାରେ ଶ୍ରମିକ ମାନଙ୍କ ସମସ୍ୟାକୁ ଯଥା ଶିଘ୍ର ସମାଧାନ କରାନଯାଏ ତା ହେଲେ ଜିଲ୍ଲାରେ ବିରାଟ ଶ୍ରମିକ ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ନେତା ଶ୍ରୀ ଦାସ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି