Breaking News

ଧନଜୀବନ, ଗାଈଗୋରୁ ମାନଙ୍କୁ ସୁରକ୍ଷା ଦେଉଛି ବାଉଁଶ ବାଡ

ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ମନ୍ଦିର ରାସ୍ତାରେ ଆସିଲେ ପୂର୍ତ୍ତ ବିଭାଗ ଅଧିୀନରେ ରନ୍ନଚିରା ସେତୁ ରହିଛି । ଏହି ସେତୁ ଏବେ ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି । କେଉଁ ସମୟରେ ଏହା ବଡ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏହି ସେତୁଟି ବହୁ ପୁରାତନ ହୋଇଥିବାରୁ ସେତୁର ଦୁଇ ପାଶ୍ୱରେ ଥିବା ବାଡ ଏବେ ବିପଦର କାରଣ ହୋଇଛି । ଦୀର୍ଘଦିନ ହେବ ଏହା ଭାଙ୍ଗି ଯାଇଥିଲେ ମଧ୍ୟ ବିଭାଗୀୟ ପକ୍ଷରୁ ପ୍ରତିବର୍ଷ ଅଁଳାନବମୀ ସମୟରେ କାମ କରାଯାଇଥାଏ । ଏବେ ସେତୁର ବାଡ ଅନେକ ଯାଗାରେ ଭାଙ୍ଗି ଯାଇଥିବାରୁ ଲୋକମାନଙ୍କ ସହ ଗାଇ, ଷଣ୍ଢ ନଦୀ ମଧ୍ୟକୁ ଖସି ପଡି ଆହତ ହେବା ନଜରକୁ ଆସିଲାଣି । ଏଣୁ ସ୍ଥାନୀୟ ପାଖ ଦେକାନୀ ଓ ଜନସାଧାରଣ ଭାଙ୍ଗି ଯାଇଥିବା ବାଡରେ ବାଉଁଶ ବାଡ କରି ରଖିଛନ୍ତି । ଏଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗ ପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts