ଡାକ୍ତର ଙ୍କୁ ଯୁବକଙ୍କର ଆକ୍ରମଣ ; ଥାନାରେ ଅଭିଯୋଗ
ଖୋର୍ଦ୍ଧା---- ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଲ୍ୟ ବିଭାଗରେ ଡାକ୍ତର ରୋଗୀ ସେବା ସମୟରେ ଜଣେ ଯୁବକ ତାଙ୍କୁ ପିଭିସ ପାଇପ ମାଧ୍ୟମରେ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ । ସିସି ଟିଭି ଫୁଟେଜ କୁ ଆଧାର କରି ଶେଖ ଅମିନ ନାମକ ଯୁବକଙ୍କ ନାମରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ଡାକ୍ତର ଶ୍ୟାମା ପ୍ରଶନ ମିତ୍ର, ଓ ଶୁଭ୍ରାଂଶୁ କୁମାର ସାହୁ କହିଛନ୍ତି । ସୁରକ୍ଷା କର୍ମିଙ୍କ ଉପସ୍ଥିତରେ ଯୁବକ ଜଣଙ୍କ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ତୁରନ୍ତ ଅଭିଯୁକ୍ତଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କାର୍ଯବନ୍ଦ କରିବେ ବୋଲି ଡାକ୍ତର ମାନେ ଚେତାବନୀ ଦେଇଛନ୍ତି।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର