Breaking News

ସରପଞ୍ଚଙ୍କୁ ନେଇ ଜିଲ୍ଲାପାଳଙ୍କ ବୈଠକ

କୁଜଙ୍ଗ ---- କୁଜଙ୍ଗ ବ୍ଲକ୍ ସଭାଗୃହ ପରିସରରେ  ଜଗତ୍‌ସିଂହପୁର ଜିଲ୍ଲପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷଠିତ ହୋଇଯାଇଛି ।  ଦଶଟି ଗ୍ରାମ ପଞ୍ଚାୟତର ସରପଞ୍ଚକୁ ନେଇ କରୋନା ସଂପର୍କତି ି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର୍ , କୁଜଙ୍ଗ ବ୍ଲକ୍ ବିଡିଓ ଅମୀୟ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ତଥା ଉପନିବନ୍ଧକ ଡକ୍ଟର ପୁଜା ଲେଙ୍କା , ଭାରତୀୟ ତୈଳ ନିଗମର ସିଜିଏମ୍ ଏକେ ଭଗବତୀ, ଚିଫ୍ ମ୍ୟାନେଜର  ଜିକେ ସାହୁ ଯୋଗଦେଇଥିଲେ ।  ବୈଠକର ନିଷ୍ପତ୍ତି ଅନୁଯାୟୀ ଏଣିକି ପାରାଦ୍ୱୀପଗଡ଼, ନୁଆଗଡ଼, ବଗଦିଆ, କୋଠି, ବିଶ୍ୱାଳୀ, ମଙ୍ଗରାଜପୁର, ଗଣ୍ଡକୀପୁର, ଗୋପିଆକୁଦ ଓ ଫତେପୁର ପଞ୍ଚାୟତରୁ ତୈଳ ବିଶୋଧନାଗାର ମେଣ୍ଟେନାନସ୍ କାମରେ ନିୟୋଜିତ ଶ୍ରମିକମାନେ ନିଜ ନିଜ ପଞ୍ଚାୟତର ଟିଏମସିରେ ସଂଗରୋଧ ରହି ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘରକୁ ନଯାଇ ପ୍ରତ୍ୟେହ କର୍ମସ୍ଥଳୀକୁ ଫେରିବେ ।  ଏମାନଙ୍କର ସମସ୍ତ ରହିବା ଖାଇବା ଖର୍ଚ୍ଚ ସମେତ ସ୍ୱାବ୍ ଟେଷ୍ଟ ଭାରତୀୟ ତୈଳ ନିଗମ ବହନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।  ଅନ୍ୟପକ୍ଷରେ ତୈଳ ବିଶୋଧନାଗାର ପ୍ରକଳ୍ପ ଓ ଏଲ୍‌ଏଣ୍ଡଟି ପରିସରରେ ଜାରି ହୋଇଥିବା ୧୪୪ ଧାରାର କାର୍ଯ୍ୟକାରିତା ଓ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷାପାଇଁ ଅତିରିକ୍ତ ତହସିଲଦାର ତଥା ଉପନିବନ୍ଧକ ଡକ୍ଟର ପୁଜା ଲେଙ୍କାଙ୍କୁ ସ୍ୱତନ୍ତ୍ରଭାବେ ବୈଠକରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ କି ତୈଳ ବିଶୋଧନାଗାର ପ୍ରକଳ୍ପ ମେଣ୍ଟେନାନ୍‌ସ କାମପାଇଁ ନିଯୁକ୍ତ ଠିକା କମ୍ପାନୀ ଏଲ୍‌ଏଣ୍ଡଟି ବାହାର ରାଜ୍ୟ ଯଥା ଝାଡ଼ଖଣ୍ଡ ବିହାର ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ କରୋନା ସଂକ୍ରମିତ ଶ୍ରମିକଙ୍କୁ ଆଣି କାମରେ ନିୟୋଯିତ କରିଥିବାରୁ ପାରାଦ୍ୱୀପ କୁଜଙ୍ଗର ସ୍ଥିତି ଅଣଆୟତ ଆଡକୁ ଚାଲିଯାଉଛି ବୋଲି ଅଭିଯୋଗ ହୋଇଥିଲା । ଅନ୍ୟପଟେ ଏଲ୍‌ଏଣ୍ଡଟି କମ୍ପାନୀ ତାର ବଗଦିଆ ଓ ଆଇଓସିଏଲ ପରିସରରେ ଥିବା ଶ୍ରମିକ ସେଡ୍‌ରେ ବାହାର ରାଜ୍ୟର ଶ୍ରମିକଙ୍କୁ ସଂଗରୋଧରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts