ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ୫ ବଖରା ଜଳିଗଲା
ବେଗୁନିଆ----- ବେଗୁନିଆ ବ୍ଲକ ହଜ ପଞ୍ଚାୟତ ଅନ୍ତର୍ଗତ ନିଧିପୁର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବେଗୁନିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ମୁତାବକ ଗ୍ରାମରେ ସମସ୍ତେ ଶୋଇ ଯାଇଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ସୁରେଶ ମହାପାତ୍ରଙ୍କର ୨ ବଖରା ରମା ମହାପାତ୍ର,ଶଶିକାନ୍ତ ମହାପାତ୍ର ଓ ବିଭୂତି ଭୂଷଣ ମହାପାତ୍ରଙ୍କର ୧ ବଖରା ଘର ପୋଡି ପାଉଁଶ ହୋଇଯିବା ସହ ଘଟଣା ସ୍ଥଳରେ ଏକ ଗାଈ ପୋଡି ହୋଇ ମୃତ୍ୟୁବରଣ କରିଛି । ଅଗ୍ନି ବିପନ୍ନ ପରିବାରଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା